ସୁପ୍ରିମକୋର୍ଟ କଲେଜିୟମରେ ଦୁଇ ନୂଆ ବିଚାରପତି

Jun 30, 2023 - 07:19
Jul 1, 2023 - 07:19
 0  8
ସୁପ୍ରିମକୋର୍ଟ କଲେଜିୟମରେ ଦୁଇ ନୂଆ ବିଚାରପତି
ସୁପ୍ରିମକୋର୍ଟ କଲେଜିୟମରେ ଦୁଇ ନୂଆ ବିଚାରପତି

ସୁପ୍ରିମକୋର୍ଟ କଲେଜିୟମରେ ଦୁଇ ନୂଆ ବିଚାରପତି
ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରୁଥିବା ସୁପ୍ରିମକୋର୍ଟଙ୍କ କଲେଜିୟମରେ ଦୁଇ ନୂଆ ବିଚାରପତି ସଦସ୍ୟ ଭାବେ ଯୋଗ ଦେଇଛନ୍ତି । ଗ୍ରୀଷ୍ମକାଳୀନ ଅବକାଶରେ ଜଷ୍ଟିସ କେଏମ ଜୋସେଫ ଓ ଜଷ୍ଟିସ ଅଜୟ ରସ୍ତୋଗୀ ଅବସର ଗ୍ରହଣ କରୁଥିବାରୁ ସେମାନଙ୍କ ସ୍ଥାନରେ ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଏହି କଲେଜିୟମରେ ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ସଦସ୍ୟ ଅଛନ୍ତି । ଉଲ୍ଲେଖଯୋଗ୍ୟ ବରିଷ୍ଠତା ଭିତ୍ତିରେ କ୍ରମାନ୍ୱୟରେ ଜଷ୍ଟିସ ଖାନ୍ନା, ଜଷ୍ଟିସ ଗଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇପାରନ୍ତି । ନଭେମ୍ବର 24ରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ଜଷ୍ଟିସ ଖାନ୍ନା ମୁଖ୍ୟ ବିଚାରପତି ହୋଇପାରନ୍ତି । ସେହିପରି ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରୁଥିବା ତିନିଜଣିଆ କଲେଜିୟମରେ ମୁଖ୍ୟ ବିଚାରପତିଙ୍କ ସମେତ ବରିଷ୍ଠତା ଭିତ୍ତିରେ ଦୁଇ ବିଚାରପତି ସଦସ୍ୟ ରହିଥାନ୍ତି । ତେଣୁ ଜଷ୍ଟିସ ଜୋସେଫଙ୍କ ଅବସର ପରେ ଜଷ୍ଟିସ ଖାନ୍ନାଙ୍କୁ ନିଯୁକ୍ତି ମିଳିଛି । କଲେଜିୟମର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ ଡିସେମ୍ବର 25ରେ ଅବସର ନେବେ ।

What's Your Reaction?

like

dislike

love

funny

angry

sad

wow