ବର୍ଷା ସ୍ଥିତି ସମୀକ୍ଷା କଲେ ଏସଆରସି

Aug 2, 2023 - 07:46
Aug 3, 2023 - 07:46
 0  5
ବର୍ଷା ସ୍ଥିତି ସମୀକ୍ଷା କଲେ ଏସଆରସି
ବର୍ଷା ସ୍ଥିତି ସମୀକ୍ଷା କଲେ ଏସଆରସି

ବର୍ଷା ସ୍ଥିତି ସମୀକ୍ଷା କଲେ ଏସଆରସି
ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ଆଲୋଚନା କରିଛନ୍ତି । ଅନୁଗୁଳ, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଜମିବାର ଆଶଙ୍କା ଥିବା ସ୍ଥାନଗୁଡିକରେ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜଳବନ୍ଦୀ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ରଖିବାକୁ କୁହାଯାଇଛି । ବର୍ଷା ଜଳ ନିଷ୍କାସନ ଓ ଉପୁଡ଼ିଥିବା ଗଛ ସଫା କରିବାକୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ । ଅତ୍ୟଧିକ ବର୍ଷା ହେଲେ ଆବଶ୍ୟକ ସ୍ଥଳେ ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ବୌଦ୍ଧ,ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର,କନ୍ଧମାଳ, ସମ୍ୱଲପୁର, ଯାଜପୁର ଓ ଭଦ୍ରକ ରେ ଅଗ୍ନିଶମ ବାହିନୀ ଓ ଜରୁରୀ କାଳୀନ ସେବା କର୍ମଚାରୀଙ୍କୁ ମୁତୟନ କରିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେଉଁଝର ଓ ସମ୍ୱଲପୁରରେ ଓଡ୍ରାଫ ଟିମ ଏବଂ ଭଦ୍ରକ ଓ ଯାଜପୁରରେ ଏନଡିଆର ଏଫ୍ ଟିମ ମୁତୟନ ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ନଦୀ ଓ ଜଳଭଣ୍ଡାର ସ୍ଥିତି ସମୀକ୍ଷା କରାଯାଇ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି ।

What's Your Reaction?

like

dislike

love

funny

angry

sad

wow