ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଦିବସ ପାଳିତ
ଭୁବନେଶ୍ବର- ତା.୦୨.୦୮.୨୦୨୩- ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ ଭାଷାର ଭାଷାବିତ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ "ସମ୍ବଲପୁରୀ ଦିବସ" ରୂପେ ପାଳିତ କରାଯାଇଛି ।
ଏହି ଅବସରରେ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଗ୍ରନ୍ଥାଗାରର ସ୍ବତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ଅତସୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ଓ ଗ୍ରନ୍ଥାଗାର ଶିକ୍ଷା ନବିସ ମାନେ ଯୋଗଦେଇ ନିଜ ବ୍ୟକ୍ତବରେ ସମ୍ବଲପୁର ଭାଷା, ସାହିତ୍ୟ ଓ ସଂସ୍କୃତି, ନୃତ୍ୟ,ଗୀତ, ଚିତ୍ରକଳା, ଶାଢୀ ଇତ୍ୟାଦିର ଭୂୟସୀ ପ୍ରଶଂସା କରିଥିଲେ।
ସ୍ବଭାବ କବି ଗଙ୍ଗାଧର ମେହେର, ଶ୍ରୀ ହଳଧର ନାଗ ଆଦି ଅନେକ କବି ଓ ଲେଖକ ମାନଙ୍କ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା ।
What's Your Reaction?