ଲଘୁଚାପ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ, ଆଧୁନିକ ଯନ୍ତ୍ରପାତି ଏବଂ ଉପକରଣ ପ୍ରସ୍ତୁତ

Aug 2, 2023 - 20:11
Aug 2, 2023 - 20:11
 0  12
ଲଘୁଚାପ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ,  ଆଧୁନିକ ଯନ୍ତ୍ରପାତି ଏବଂ ଉପକରଣ ପ୍ରସ୍ତୁତ
ଲଘୁଚାପ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ,  ଆଧୁନିକ ଯନ୍ତ୍ରପାତି ଏବଂ ଉପକରଣ ପ୍ରସ୍ତୁତ

କଟକ, ଅଗଷ୍ଟ ୨, ୨୦୨୩: ଲଘୁ ଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ନିମଯେ ଆଜି ତା. ୦୨.୦୮.୨୦୨୩ ରିଖରେ ମହାନିର୍ଦ୍ଦେଶକ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାଙ୍କ ନିର୍ଦ୍ଦେଶାନୁସାରେ ଓ ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅଗ୍ରୀମ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସାରା ସ୍ଵତନ୍ତ୍ର ଦଳ ସହ ଆଧୁନିକ ଯନ୍ତ୍ରପାତି ଏବଂ ଉପକରଣ ପ୍ରସ୍ତୁତ କରି ରଖାଯାଇଛି। 

ଲଗାଣ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ପରିସ୍ଥିତିରେ ବିଚ୍ଛିନ୍ନାଞ୍ଚଳରେ ଫସି ରହିଥିବା ପ୍ରାୟ ୭୦ ଜଣ ଲୋକଙ୍କୁ ଠାକୁରମୁଣ୍ଡା ଏବଂ କରଞ୍ଜିଆଅଗ୍ନିଶମ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି। ଗତକାଲି ମଧ୍ୟରାତ୍ରିରେ ବାଉଁଶୁଣିଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରାପାୱାର ବୋଟ୍ସାହାଯ୍ୟରେ ତଳିଆ ଅଞ୍ଚଳରେ ଫସି ରହିଥିବା ୮ ଜଣ ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା I

ବରଗଡର ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ଘେସ୍ ନିକଟବଡଜୋର ନଦୀ କୂଳରେ ଥିବା ବନ୍ୟା ଜଳ ଦ୍ୱାରାଏକ ବିଚ୍ଛିନ୍ନ ଘରର ଛାତରୁ ୨ ଜଣ ମହିଳା, ୪ ଜଣ ପୁରୁଷ ଏବଂ ଏକ ମାସର ଶିଶୁକୁ ସୋହେଲାଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରାସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଆନନ୍ଦପୁରସ୍ଥିତଫକିରପୁରତଳସାହିର୩୮ ବର୍ଷିୟ ଜନୈକ ମହିଳାଙ୍କୁ ଆନନ୍ଦପୁରଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରାବୈତରଣୀ ନଦୀର ପ୍ରବାହିତ ପ୍ରଖର ବନ୍ୟା ଜଳରୁ ଜୀବନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ।

What's Your Reaction?

like

dislike

love

funny

angry

sad

wow