ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନାରେ ଓଡିଶାର ପଦକ୍ଷେପ ପ୍ରଶଂସନୀୟ- କେନ୍ଦ୍ର ଗୃହ ମନ୍ତ୍ରୀ

Aug 5, 2023 - 07:43
Aug 6, 2023 - 07:44
 0  6
ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନାରେ ଓଡିଶାର ପଦକ୍ଷେପ ପ୍ରଶଂସନୀୟ- କେନ୍ଦ୍ର ଗୃହ ମନ୍ତ୍ରୀ
ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନାରେ ଓଡିଶାର ପଦକ୍ଷେପ ପ୍ରଶଂସନୀୟ- କେନ୍ଦ୍ର ଗୃହ ମନ୍ତ୍ରୀ

ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନାରେ ଓଡିଶାର ପଦକ୍ଷେପ ପ୍ରଶଂସନୀୟ- କେନ୍ଦ୍ର ଗୃହ ମନ୍ତ୍ରୀ
ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କ୍ଷେତ୍ରରେ ଓଡିଶାର ପଦକ୍ଷେପ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଶନିବାର ଭୁବନେଶ୍ୱର ଠାରେ ଓଡିଶାରେ ବିପର୍ଯ୍ୟୟ ପରିଚାଳନା ଏବଂ ନକ୍ସଲ କାର୍ଯ୍ୟକଳାପ ସଂକ୍ରାନ୍ତରେ ସମୀକ୍ଷା ଅବସରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ବେଶ ଆଗେଇ ଥିବାରୁ ଗୃହ ମନ୍ତ୍ରୀ ରାଜ୍ୟର ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । ଏହାସହିତ ଆପଦା ମିତ୍ର ଏବଂ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ଦଳକୁ ବହୁମୁଖୀ ବିପର୍ଯ୍ୟୟ ପ୍ରଶିକ୍ଷଣ ସାଙ୍ଗକୁ ରାସାୟନିକ, ଆଣବିକ ଭଳି ବିପର୍ଯ୍ୟୟ ମୁକାବିଲା ତାଲିମ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ନକ୍ସଲ କାର୍ଯ୍ୟକଳାପ ରୋକିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଗୃହ ମନ୍ତ୍ରୀ ପ୍ରଶଂସା କରିବା ସହ ନକ୍ସଲ ପ୍ରଭାବିତ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ର ପଦକ୍ଷେପ ଅନୁରୂପ ଭିତ୍ତିଭୂମି ବିକାଶରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ସଚିବ ତଥା ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow