ଏଣିକି ମେଡିକାଲରେ ନିଯୁକ୍ତି ପାଇବେ ନର୍ସିଂ ଅଫିସର

Aug 22, 2023 - 15:55
 0  3
ଏଣିକି ମେଡିକାଲରେ ନିଯୁକ୍ତି ପାଇବେ ନର୍ସିଂ ଅଫିସର

ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଲା। ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦ୍ଧେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଏଣିକି ସ୍ୱାଭାବିକ୍ ଚାଲିବ ନର୍ସ, ଫାର୍ମାଷିଷ୍ଟ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି । ପୂର୍ବରୁ ନିଯୁକ୍ତି ଉପରେ ଲଗାଇଥିବା ରହିତାଦେଶ ହଟାଇ ଦେଇଛନ୍ତି ହାଇକୋର୍ଟ । ୩୦ଟି ଜିଲ୍ଲା ମେଡିକାଲ ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ସ୍ୱାଭାବିକ ହେବ ।

କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ ନୂଆ ନିଯୁକ୍ତି ପ୍ରକ୍ରିୟା ଉପରେ ପଶ୍ନ ଉଠାଇ ହାଇକୋର୍ଟରେ ଆବେଦନ କରିଥିଲେ । ନୂଆ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଥିଲେ । ମାମଲାର ବିଚାର ନ ସରିବା ଯାଏଁ ନୂଆ ନିଯୁକ୍ତି ଉପରେ ଗତ ମେ ୧ ତାରିଖରେ ହାଇକୋର୍ଟ ରୋକ ଲଗାଇଥିଲେ । କିନ୍ତୁ ଏହି ମାମଲାର ଶୁଣାଣି କରି ଆଜି ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରୋକ ହଟାଇ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.