ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ, ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Jul 14, 2023 - 17:51
Jul 14, 2023 - 17:53
 0  9
ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ, ଇସ୍ରୋ ବୈଜ୍ଞାନିକମାନଙ୍କୁ  ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ, ଇସ୍ରୋ ବୈଜ୍ଞାନିକମାନଙ୍କୁ  ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ, ଇସ୍ରୋ ବୈଜ୍ଞାନିକମାନଙ୍କୁ  ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ, ଇସ୍ରୋ ବୈଜ୍ଞାନିକମାନଙ୍କୁ  ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଇତିହାସ ରଚିଲା ଇସ୍ରୋ, ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ। ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-3। ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-୩ ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୨ ଟା ୩୫ ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-୩।
ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର ୨୬ ମିନିଟ ପରେ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି। ଆସନ୍ତା ଅଗଷ୍ଟ ୨୩ କିମ୍ବା ୨୪ ରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ଯାଣ୍ଡିଂ ହେବ, ଯାହା ଉପରେ ପୁରା ବିଶ୍ୱର ନଜର। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ। ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ।ଥିସହ ପରୀକ୍ଷଣ ସଫଳ ହେଲେ ଭାରତକୁ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବ ସତ୍ତା ଜାଣିବା ସହଜ ହୋଇଯିବ। LVM3-M4 ରକେଟ୍ ଯୋଗେ ଚନ୍ଦ୍ରପୃଷ୍ଠକୁ ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପ୍ରେରଣ କରାଯାଇଛି । ବିକ୍ରମ ଲ୍ୟାଣ୍ଡରରେ ଥିବା ଚାରୋଟି ପେ-ଲୋଡ୍ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ, ଚନ୍ଦ୍ରପୃଷ୍ଠ କିପରି ଉତ୍ତାପକୁ ପ୍ରବାହିତ କରେ ସେ ବାବଦରେ ସୂଚନା ଦେବ। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନ ବାବଦରେ ତଥ୍ୟ ପଠାଇବ।

ଛୁଟିଲା ଶୁଭେଚ୍ଛାର ସୁଅ 

ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ
ଚନ୍ଦ୍ରଯାନ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଅନ୍ତରୀକ୍ଷ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, "ଏହା ବାସ୍ତବରେ ଭାରତ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ। ଭାରତକୁ ଗର୍ବିତ କରିଥିବାରୁ ଇସ୍ରୋ ଟିମକୁ ଧନ୍ୟବାଦ ଜଣାଇଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଭାରତ ସଫଳତାର ସହିତ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଅଭିଳାଷକୁ ଉଚ୍ଚ ଶିଖରରେ ପହଞ୍ଚାଇଛି। ଏହି ମହାନ ଉପଲବ୍ଧି ଓ ସଫଳତା ଆମର ବୈଜ୍ଞାନିକମାନଙ୍କ ନିରନ୍ତର ଉତ୍ସର୍ଗର ପ୍ରମାଣ । ମୁଁ ସେମାନଙ୍କର ଉତ୍ସାହ ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ସାଲ୍ୟୁଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋ ବୈଜ୍ଞାନିକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେ‌େ‌ପଣ, ଆମ ବୈଜ୍ଞାନିକମାନଙ୍କର ଚନ୍ଦ୍ରକୁ ଐତିହାସିକ ଯାତ୍ରା। ଏହା ହେଉଛି ଦେଶର ମହାକାଶ ଗବେଷଣା ଏବଂ ବୈଜ୍ଞାନିକ ଅଗ୍ରଗତି ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଲମ୍ଫ।


What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.