ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩, ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ

Jul 14, 2023 - 12:51
 0  5
ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩, ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ

ଚନ୍ଦ୍ରଯାନ-୩ ପାଇଁ ଓଡ଼ିଶାରୁ ଯାଇଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ। ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସବୁ କିଛି ଠିକଠାକ୍ ଚାଲିଲେ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩। ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ।  ଲ୍ୟାଣ୍ଡର, ରୋଭର ଓ ମହାକାଶଯାନ ପାଇଁ ଅନେକ ଯନ୍ତ୍ରାଂଶ ତିଆରି କରି ଇସ୍ରୋକୁ ପଠାଇଛି ଭୁବନେଶ୍ୱର ସ୍ଥିତ ସିଟିଟିସି ବା ‘ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର’। ତେବେ ଛୋଟବଡ଼ ହଜାର ହଜାର ଯନ୍ତ୍ରାଂଶ ତିଆରି ପାଇଁ ଦିନରାତି ଏକ କରି ଦେଇଥିଲେ ସିଟିଟିସିର ଟେକ୍ନିସିଆନ୍। ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ଧ୍ରୁବ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଯଦି ସବୁକିଛି ଠିକ୍ ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର ଓ ରୋଭର। ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ। କାରଣ ଏପର୍ଯ୍ୟନ୍ତ ଦକ୍ଷିଣ ଧ୍ରୁବର ଏତେ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରିନି କାହାରି ଚନ୍ଦ୍ରଯାନ।

ଏଲଭିଏମ୍‌-୩ ଚନ୍ଦ୍ରଯାନ-୩କୁ ପୃଥିବୀ ପୃଷ୍ଠଠାରୁ ୩,୮୪,୦୦୦ ଦୂରକୁ ନେଇ ଯିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ପ୍ରାୟ ୪୫ରୁ ୪୮ଦିନ ଲାଗିଯିବ। ତେଣୁ ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଚନ୍ଦ୍ରଯାନର ମୋଟ ଓଜନ ୩୯୦୦ କିଲୋ ହୋଇଥିବାବେଳେ ଏଥିରେ ଥିବା ଲ୍ୟାଣ୍ଡର (ବିକ୍ରମ) ୧୭୫୨ କିଲୋ, ରୋଭର (ପ୍ରଜ୍ଞାନ) ୨୬ କିଲୋ ଓ ପ୍ରୋପୁଲଜନ ମୋଡୁଲ ୨୧୪୮ କିଲୋ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.