ଓପିଏସସିରେ ଦୁଇ ନୂଆ ସଦସ୍ୟ ନିଯୁକ୍ତ

Jun 26, 2023 - 20:57
 0  7
ଓପିଏସସିରେ ଦୁଇ ନୂଆ ସଦସ୍ୟ ନିଯୁକ୍ତ
ଓପିଏସସିରେ ଦୁଇ ନୂଆ ସଦସ୍ୟ ନିଯୁକ୍ତ

ଓପିଏସସିରେ ଦୁଇ ନୂଆ ସଦସ୍ୟ ନିଯୁକ୍ତ
ଓଡିଶା ଲୋକସେବା ଆୟୋଗ (ଓପିଏସସି)ରେ ରାଜ୍ୟ ସରକାର ଦୁଇ ଜଣ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ) ଗୌରାଙ୍ଗ ଚରଣ ସାହୁ, ନିର୍ମାଣ ବିଭାଗ ଓ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର, ପୂର୍ବତନ ନିର୍ଦ୍ଦେଶକ, ବେସିକ ସାଇନ୍ସେସ, ଓୟୁଏଟିଙ୍କୁ ନୂଆ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଦୁଇ ସଦସ୍ୟ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଛଅ ବର୍ଷ ପର୍ଯ୍ୟନ୍ତ କିମ୍ବା 62 ବର୍ଷ ବୟସସୀମା ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଓଡିଶା ଲୋକସେବା ଆୟୋଗ (ଚାକିରି ସର୍ତ୍ତାବଳୀ) ନିୟମାବଳୀ, 1952 ଅନୁଯାୟୀ ଏହି ଦୁଇ ସଦସ୍ୟଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow