ସରକାରୀ କର୍ମଚାରୀ ପଢିବେ ବିପର୍ଯ୍ୟୟ ପରିଚାଳନା

Jun 26, 2023 - 21:07
 0  10
ସରକାରୀ କର୍ମଚାରୀ ପଢିବେ ବିପର୍ଯ୍ୟୟ ପରିଚାଳନା
ସରକାରୀ କର୍ମଚାରୀ ପଢିବେ ବିପର୍ଯ୍ୟୟ ପରିଚାଳନା

ସରକାରୀ କର୍ମଚାରୀ ପଢିବେ ବିପର୍ଯ୍ୟୟ ପରିଚାଳନା
ରାଜ୍ୟ ସରକାରଙ୍କ ସମସ୍ତ ବର୍ଗର କର୍ମଚାରୀ (ଗ୍ରୁପ ଏ ଠାରୁ ଡି)ଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ କରାଯିବ । ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୋମବାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ କର୍ତ୍ତୃପକ୍ଷ (ଓଏସଡିଏମଏ), ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ସମ୍ବଲପୁର ଓ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ଏକ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରବନ୍ଧନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ପ୍ରସ୍ତୁତି, ତାଲିମ ଓ ଦକ୍ଷତା ବିକାଶ ପାଇଁ ବୈଷୟିକ ସହାୟତା ପ୍ରଦାନ କରିବ ।

What's Your Reaction?

like

dislike

love

funny

angry

sad

wow