ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

Aug 1, 2023 - 07:41
Aug 2, 2023 - 23:30
 0  8
ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି
ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି
ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ । ସେହିପରି ଦିଲ୍ଲୀ ସର୍ଭିସ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବ । ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ସାଂସଦମାନେ ଗୃହରେ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ହ୍ୱିପ ଜାରି କରାଯାଇଛି । ଅଗଷ୍ଟ ୮ରୁ ୧୦ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଚର୍ଚ୍ଚା ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ଗୃହରେ ନିଜ ବିବୃତି ଉପସ୍ଥାପନ କରିବେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

What's Your Reaction?

like

dislike

love

funny

angry

sad

wow