ନବ ଦାସ ହତ୍ୟା ମାମଲା, ଅଦାଲତରେ ହାଜର ହେଲା ଗୋପାଳ

Jul 13, 2023 - 08:20
Jul 14, 2023 - 08:21
 0  6
ନବ ଦାସ ହତ୍ୟା ମାମଲା, ଅଦାଲତରେ ହାଜର ହେଲା ଗୋପାଳ
ନବ ଦାସ ହତ୍ୟା ମାମଲା, ଅଦାଲତରେ ହାଜର ହେଲା ଗୋପାଳ

ନବ ଦାସ ହତ୍ୟା ମାମଲା, ଅଦାଲତରେ ହାଜର ହେଲା ଗୋପାଳ
ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୁରୁବାର ଅଭିଯୁକ୍ତ ଗୋପାଳ ଦାସକୁ ପୁଲିସ କଡା ସୁରକ୍ଷା ମଧ୍ୟରୁ ଚୌଦ୍ୱାର ଜେଲକୁ ଝାରସୁଗୁଡା ଅଣାଯାଇଥିଲା । ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଥିଲା । ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି । ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ମାତ୍ର ୧୦ ମିନିଟରେ ଅଭିଯୁକ୍ତ ଗୋପାଳର ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଶୁଣାଣି ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଜାନୁୟାରୀ ୨୯ରେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ।

What's Your Reaction?

like

dislike

love

funny

angry

sad

wow