ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଏଟିଆର ମାଗିଲେ ଜାତୀୟ ମାନବାଧିକାର କମିଶନ

Jul 13, 2023 - 08:18
Jul 14, 2023 - 08:18
 0  6
ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଏଟିଆର ମାଗିଲେ ଜାତୀୟ ମାନବାଧିକାର କମିଶନ
ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଏଟିଆର ମାଗିଲେ ଜାତୀୟ ମାନବାଧିକାର କମିଶନ

ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଏଟିଆର ମାଗିଲେ ଜାତୀୟ ମାନବାଧିକାର କମିଶନ
ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି । ଜାତୀୟ ମାନବାଧିକାର କମିଶନ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର) ତଲବ କରିଛନ୍ତି । ସେମାନଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଙ୍କ ପିଟିସନକୁ ଭିତ୍ତି କରି ଏହି ରିପୋର୍ଟ ମଗାଯାଇଛି । ଦୁର୍ଘଟଣାରେ ମୃତାହତଙ୍କ ଅଧିକାର କ୍ଷୂର୍ଣ୍ଣ ହୋଇଛି । କମ୍ ସ୍ଥାନ ପାଇଁ ଏଭଳି ସ୍ଥିତି ଉପୁଜିଲା । ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ଫେକ୍ ଦାବିଦାର ଭଳି ଘଟଣା ଲୋକଲୋଚନକୁ ଆସିଛି । ଏଥିଲାଗି ରେଳବାଇ ଓ ରାଜ୍ୟ ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି ।

What's Your Reaction?

like

dislike

love

funny

angry

sad

wow