ସାଇବର ଠକଙ୍କ 75 ଲକ୍ଷ ଟଙ୍କା ଫ୍ରିଜ କଲା ଇଓଡବ୍ଲୁ

Jul 5, 2023 - 08:00
Jul 7, 2023 - 08:00
 0  7
ସାଇବର ଠକଙ୍କ 75 ଲକ୍ଷ ଟଙ୍କା ଫ୍ରିଜ କଲା ଇଓଡବ୍ଲୁ
ସାଇବର ଠକଙ୍କ 75 ଲକ୍ଷ ଟଙ୍କା ଫ୍ରିଜ କଲା ଇଓଡବ୍ଲୁ

ସାଇବର ଠକଙ୍କ 75 ଲକ୍ଷ ଟଙ୍କା ଫ୍ରିଜ କଲା ଇଓଡବ୍ଲୁ
ଅନଲାଇନ ପଞ୍ଜି ସ୍କିମ ଠକେଇ ମାମଲାରେ ସାଇବର ଠକଙ୍କ ବିଭିନ୍ନ 14ଟି ଆକାଉଣ୍ଟରୁ 75 ଲକ୍ଷ ଟଙ୍କା ଫ୍ରିଜ କରିଛି ଇଓଡବ୍ଲୁ ।  ଅନଲାଇନ ପଞ୍ଜି ସ୍କିମ ଆପ ଗୁଡିକରେ ମଧ୍ୟବିତ୍ତ ପରିବାରଗୁଡିକୁ ସାଇବର ଠକ ଟାର୍ଗେଟ କରୁଥିଲେ । ପୂର୍ବରୁ ମଧ୍ୟ 1 କୋଟି 22 ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିଲା । ବିଭିନ୍ନ ସେଲିବ୍ରିଟି, ଶିଳ୍ପପତି, କ୍ରିକେଟରଙ୍କ ଫଟୋ ଓ ଭିଡ଼ିଓ ଏଡିଟ କରି ଲିଙ୍କ ଦେଇ ଲୋକଙ୍କୁ ଲୋଭ ଦେଖାଇ ଏହି ଠକାମୀ ଚାଲିଥିବା ପୁଲିସ ଜାଣିବାକୁ ପାଇଛି । ଫ୍ଲାଏ ଏଭିଏଟର,ଫୋରେକ୍ସ ଡାନା, ଲାଇଭ 22 କ୍ୟାସ ଇତ୍ୟାଦି ଆପ୍ ମାଧ୍ୟମରେ ଅନଲାଇନ ପଞ୍ଜି କମ୍ପାନୀଗୁଡିକ ଲୋକଙ୍କୁ ଠକୁଥିଲେ । ଏହି କମ୍ପାନୀଗୁଡିକ ପ୍ରାୟ 10 ହଜାର କୋଟି ଟଙ୍କାର ବେଇଆନ କାରବାର କରିଛନ୍ତି । ୟୁପିଆଇ ଆଇଡିରେ ଟଙ୍କା ଦେଇ ଭରସା ଜନ୍ମାଇ ପରେ ୟୁପିଆଇ ବଦଳାଇ ଦେଉଥିଲେ l ଏହି ଆକାଉଣ୍ଟଗୁଡିକରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି । ସେମାନେ ଏହି ଟଙ୍କା କ୍ରିପ୍ଟୋରେ ବଦଳାଇ ବିଦେଶକୁ ଟ୍ରାନ୍ସଫର କରୁଥିବା ନେଇ ଇଓଡବ୍ଲୁ ଆଡଭାଇଜରୀ ଜାରି କରିଛି । ଏହିଭଳି ଆପ ଠାରୁ ଦୂରେଇ ରହିବା ସହ କାହାକୁ ରେଫର ନକରିବାକୁ ପରାମର୍ଶ ଦେଇଛି । ମାମଲାର ଅଧିକ ତଦନ୍ତ ପାଇଁ ଗୁଗୁଲ କମ୍ପାନୀକୁ ଇଓଡବ୍ଲୁ ପକ୍ଷରୁ ଚିଠି ଲେଖାଯାଇଛି ।

What's Your Reaction?

like

dislike

love

funny

angry

sad

wow