ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ ମହାନଦୀ ଜଳ ବିବାଦ- ଛତିଶଗଡ ଉପମୁଖ୍ୟମନ୍ତ୍ରୀ
ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ ମହାନଦୀ ଜଳ ବିବାଦ- ଛତିଶଗଡ ଉପମୁଖ୍ୟମନ୍ତ୍ରୀ
ମହାନଦୀ ଜଳ ବିବାଦ ପ୍ରସଙ୍ଗ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂହଦେଓ କହିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ସମନ୍ଵୟ ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଟ୍ରିବ୍ୟୁନାଲ ଯିବାକୁ ପଡିଛି । କାବେରୀ ନଦୀକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ରହିଛି । ସମସ୍ତ ରାଜ୍ୟ ନିଜ ହିତ ପାଇଁ କାର୍ଯ୍ୟ କରିଥାନ୍ତି । ତେଣୁ ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବାର ଆବଶ୍ୟକତା ଅଛି । ପାଣି ଉପରେ ଉଭୟ ଛତିଶଗଡ ଓ ଓଡିଶାର ଅଧିକାର ରହିଛି ।
What's Your Reaction?