ମିଳିଲା ଟାଇଟନ୍‌’ର ଭଗ୍ନାଂଶ

Jun 29, 2023 - 12:27
 0  7
ମିଳିଲା ଟାଇଟନ୍‌’ର ଭଗ୍ନାଂଶ
ମିଳିଲା ଟାଇଟନ୍‌’ର ଭଗ୍ନାଂଶ

ବିଧ୍ବସ୍ତ ହୋଇଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ର ଭଙ୍ଗାରୁଜା ଅଂଶ ନେଇ ବୁଧବାର ଦିନ ଏକ ଜାହାଜ କାନଡାର ନିୟୁଫାଉଣ୍ଡ୍‌ଲାଣ୍ଡ୍‌ସ୍ଥିତ ସେଣ୍ଟ୍‌ ଜନ୍‌ସ୍‌ ବନ୍ଦରକୁ ଫେରିଥିବା କଥା ‘ଦି ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ଅନେକ ବର୍ଷ ପୂର୍ବରୁ ବୁଡ଼ିଯାଇଥିବା ପ୍ରକାଣ୍ଡ ଜାହାଜ ‘ଟାଇଟାନିକ୍‌’ର ଭଗ୍ନାବଶେଷ ନିକଟ ସମୁଦ୍ର ଶଯ୍ୟାରେ କାନଡୀୟ ପୋତ ‘ହରାଇଜନ୍‌ ଆର୍କଟିକ୍‌’ ଗୋଟାଏ ‘ରି‌ମୋଟ୍‌ଲି ଅପରେଟେଡ୍‌ ଭେଇକ୍ଲ୍‌’ ବା ‘ଆର୍‌ଓଭି’ଦ୍ବାରା ‘ଟାଇଟନ୍‌’ର ଭଗ୍ନାଂଶ ଖୋଜାଖୋଜି କରିଥିଲା।

ଏହି ‘ଆର୍‌ଓଭି’ର ମାଲିକ ଯୁକ୍ତରାଷ୍ଟ୍ର ଆମେରିକାର ‘ପେଲ୍‌ଗାଜିକ୍‌ ରିସର୍ଚ ସର୍ଭିସ୍‌’ ସୁନିଶ୍ଚିତ କରି କହିଛି ଯେ, ତା’ର ଟିମ୍‌ ସଫଳତାର ସହିତ ସମୁଦ୍ର ଅଭିଯାନ ସମାପ୍ତ କରିଛି। ଦୀର୍ଘ ୧୦ ଦିନ କାଳ ଦିନରାତି କାର୍ଯ୍ୟରେ ଲାଗି ଟିମ୍‌ ଏହି ଭଗ୍ନାଂଶ ସବୁ ଉଦ୍ଧାର କରିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.