ଇତିହାସ ରଚିଲା ସେୟାର ବଜାର, ପ୍ରଥମ ଥର ସେନସେକ୍ସ ଛୁଇଁଲା ୬୪ ହଜାର ପଏଣ୍ଟ

Jun 29, 2023 - 12:39
 0  7
ଇତିହାସ ରଚିଲା ସେୟାର ବଜାର, ପ୍ରଥମ ଥର ସେନସେକ୍ସ ଛୁଇଁଲା ୬୪ ହଜାର ପଏଣ୍ଟ

ଦେଶର ଦୁଇ ଷ୍ଟକ ବଜାର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ବିଦେଶୀ ନିବେଶକମାନେ ଭାରତୀୟ ସେୟାରକୁ ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୬୪,୦୦୦ ପଏଣ୍ଟ୍ ସ୍ତର ଅତିକ୍ରମ କରିଛି। ସେହି ସମୟରେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ପ୍ରଥମ ଥର ପାଇଁ ୧୯,୦୦୦ ପଏଣ୍ଟ୍‌ ଅତିକ୍ରମ କରିଛି। ଅବଶ୍ୟ କାରବାର ଶେଷ ବେ‌ଳକୁ ଉଭୟ ନିଫ୍‌ଟି ଓ ସେନ୍‌ସେକ୍ସ କିଛି ପଏଣ୍ଟ୍‌ ହ୍ରାସ ସହ ବନ୍ଦ ହୋଇଛି। ସେନ୍‌ସେକ୍ସ ୪୯୯ ପଏଣ୍ଟ୍‌ ବୃଦ୍ଧି ପାଇ ୬୩,୯୧୫ ପଏଣ୍ଟ୍‌ରେ ବନ୍ଦ ହୋଇଥିବା ବେଳେ ନିଫ୍‌ଟି ୧୫୫ ପଏଣ୍ଟ୍‌ ବୃଦ୍ଧି ପାଇ ୧୮,୯୭୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ଦୁଇ ଦିନରେ ଷ୍ଟକ ବଜାର କାରବାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ନିବେଶକମାନେ ଅଧିକ ମାତ୍ରାରେ ସେୟାର କିଣିବାରୁ ବିଭିନ୍ନ କଂପାନିର ସେୟ‌ାର ଦାମ୍ ବୃଦ୍ଧି ପାଇଛି। ତାହାର ପ୍ରଭାବରେ ଷ୍ଟକ ବଜାର ନିବେଶକମାନଙ୍କ ସମ୍ପତ୍ତିରେ ଏହି ଦୁଇ ଦିନରେ ୩.୪୩ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୨,୯୪,୧୧,୧୩୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.