ବଢିବ ଅଣ୍ଡା ଦର

ଅଣ୍ଡାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପାଇଁ ଏନଇସିସି (ଜାତୀୟ ଅଣ୍ଡା ସମନ୍ୱୟ ସମିତି) ସମ୍ମତି ପ୍ରଦାନ କରିଛି ।

Jun 6, 2023 - 06:39
Jun 6, 2023 - 06:48
 0  466
ବଢିବ ଅଣ୍ଡା ଦର

ଅଣ୍ଡାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପାଇଁ ଏନଇସିସି (ଜାତୀୟ ଅଣ୍ଡା ସମନ୍ୱୟ ସମିତି) ସମ୍ମତି ପ୍ରଦାନ କରିଛି । ଏପ୍ରିଲ ୧୫ରୁ ସଂଶୋଧିତ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏନ୍ଇଇସିସି ପକ୍ଷରୁ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗୋଟିଏ ଅଣ୍ଡା ଉତ୍ପାଦନ ଲାଗି ୪ଟଙ୍କା ୭୦ ପଇସା ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ଅଣ୍ଡା ପିଛା ୩ ଟଙ୍କା ୭୫ ପଇସାରୁ ୩ ଟଙ୍କା ୮୦ ପଇସାରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଥିବା ବେଳେ କୁକୁଡ଼ା ଚିଆଁ, କୁକୁଡା ଖାଦ୍ୟ ଓ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ି ଚାଲିଛି । ଫଳରେ କୁକୁଡ଼ା ଚାଷୀ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିଖିଳ ଓଡ଼ିଶା ଲେୟର୍‌ ଫାର୍ମର୍ସ ଆସୋସିଏସନ୍‌(ଓଲ୍‌ଫା) ୬ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲା । ଏବେ ଏହି ଆନ୍ଦୋଳନ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

What's Your Reaction?

like

dislike

love

funny

angry

sad

wow