ଭୁବନେଶ୍ୱର ଓ କଟକ ରେଳଷ୍ଟେସନରେ ଖୋଲିଲା ୱାନ ଷ୍ଟେସନ-ୱାନ ପ୍ରଡକ୍ଟ ଷ୍ଟଲ

କେନ୍ଦ୍ର ସରକାର ଆରମ୍ଭ କରିଥିବା ଗୋଟିଏ ଷ୍ଟେସନ, ଗୋଟିଏ ଉତ୍ପାଦ ଯୋଜନା ଅନୁଯାୟୀ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଓରମାସ ସହାୟତାରେ ଭୁବନେଶ୍ୱର ଓ କଟକ ରେଳଷ୍ଟେସନରେ ଦୁଇଟି ଷ୍ଟଲ ଖୋଲାଯାଇଛି ।

Jun 6, 2023 - 06:37
Jun 6, 2023 - 06:46
 0  326
ଭୁବନେଶ୍ୱର ଓ କଟକ ରେଳଷ୍ଟେସନରେ ଖୋଲିଲା ୱାନ ଷ୍ଟେସନ-ୱାନ ପ୍ରଡକ୍ଟ ଷ୍ଟଲ

କେନ୍ଦ୍ର ସରକାର ଆରମ୍ଭ କରିଥିବା ଗୋଟିଏ ଷ୍ଟେସନ, ଗୋଟିଏ ଉତ୍ପାଦ ଯୋଜନା ଅନୁଯାୟୀ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଓରମାସ ସହାୟତାରେ ଭୁବନେଶ୍ୱର ଓ କଟକ ରେଳଷ୍ଟେସନରେ ଦୁଇଟି ଷ୍ଟଲ ଖୋଲାଯାଇଛି । ସ୍ଥାନୀୟ ହସ୍ତଶିଳ୍ପୀଙ୍କୁ ଅଧିକ ରୋଜଗାରର ସୁଯୋଗ ତଥା ଶିଳ୍ପୀ ଓ କାରିଗରଙ୍କ କଲ୍ୟାଣ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଓ କଟକ ରେଳଷ୍ଟେସନରେ ଦୁଇଟି ଷ୍ଟଲ ସ୍ଥାପନ କରାଯାଇଛି । ଏହାଦ୍ୱାରା ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀମାନେ ପ୍ରସିଦ୍ଧ ପିତ୍ତଳ ସାମଗ୍ରୀ କିଣିପାରିବେ ଓ କଟକ ଷ୍ଟେସନରୁ ରୂପା ତାରକସୀର ହସ୍ତଶିଳ୍ପ ସାମଗ୍ରୀ କିଣିପାରିବେ । ପୂର୍ବରୁ ପୁରୀ ଠାରେ ଏପରି ଏକ ଷ୍ଟଲ ସ୍ଥାପନ ହୋଇଥିଲା । ସେହି ଷ୍ଟଲରେ ପିପିଲି ଚାନ୍ଦୁଆ ଓ ପଟ୍ଟଚିତ୍ର ଭଳି ହସ୍ତଶିଳ୍ପ ଉପଲବ୍ଧ ହେଉଛି । ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ଆଉ ୭୮ ଷ୍ଟେସନରେ ଷ୍ଟଲ ଖୋଲିବା ପାଇଁ ଆବେଦନ ଆହ୍ୱାନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow