ଜୁନ୍‌ ୨୬ ସୁଦ୍ଧା ଦାଖଲ ହେଲାଣି ଏକ କୋଟି ଆୟକର

Jun 28, 2023 - 12:46
 0  6
ଜୁନ୍‌ ୨୬ ସୁଦ୍ଧା ଦାଖଲ ହେଲାଣି ଏକ କୋଟି ଆୟକର

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆୟକର ରିଟର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟକର ଭରିବା ପାଇଁ ଶେଷ ତାରିଖ ୩୧ ଜୁଲାଇ ୨୦୨୩ ରହିଛି। କିନ୍ତୁ ଏବେ ଠାରୁ ହିଁ ଆୟକର ଦାଖଲରେ ଦ୍ରୁତ ଭାବରେ ବୃଦ୍ଧି ହୋଇଛି।

ଆୟକର ବିଭାଗ ଟ୍ବିଟ୍ କରି ଏନେଇ ସୂଚନା ଦେଇଛି। ଟ୍ବିଟ୍‌ ଅନୁଯାୟୀ, ୨୬ ଜୁନ୍‌ ୨୦୨୩ ସୁଦ୍ଧା ୧ କୋଟି ଆୟକରଦାତା ସେମାନଙ୍କର ଆୟକର ଦାଖଲ କରିସାରିଲେଣି। ଯେତେବେଳେକି ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ୮ ଜୁଲାଇ ୨୦୨୩ ସୁଦ୍ଧା ୧ କୋଟି ଟ୍ୟାକ୍ସପେୟର୍ସ ଆୟକର ରିଟର୍ଣ୍ଣ ଭରିଥିଲେ। ଆୟକର ବିଭାଗ କହିଛି ଯେ ଏହି ମାଇଲଷ୍ଟୋନ ଗତ ବର୍ଷ ତୁଳପାରେ ୧୨ ଦିନ ପୂର୍ବରୁ ହାସଲ ହୋଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.