ବିର୍ଲା ଟାୟାର୍ସ କିଣିବା ଦୌଡ଼ରେ ଡାଲମିଆ

Dalmia in race to buy Birla Tyres

Aug 24, 2023 - 11:17
 0  5
ବିର୍ଲା ଟାୟାର୍ସ କିଣିବା ଦୌଡ଼ରେ ଡାଲମିଆ

ବାଲେଶ୍ବରର ସବୁଠୁ ବଡ଼ ଶିଳ୍ପ ‘ବିର୍ଲା ଟାୟାର୍ସ’କୁ କିଣିବା ଲାଗି ଡାଲମିଆ ଗ୍ରୁପ୍ ଆଗ୍ରହ ପ୍ରକାଶ କରିଛି। ବିର୍ଲା ଟାୟାର୍ସ ଉପରେ ପ୍ରାୟ ୧୧ ଶହ କୋଟି ଟଙ୍କାର ଋଣ ବକେୟା ଥିବା ବେଳେ ଡାଲମିଆ ଗ୍ରୁପ୍‌ ଋଣଦାତା ବ୍ୟାଙ୍କମାନଙ୍କୁ ୩୦୦ କୋଟି ଟଙ୍କା ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛି। ଯାହା ଋଣଦାତା ବ୍ୟାଙ୍କମାନଙ୍କ ଦାବିର ପ୍ରାୟ ୩ ଗୁଣ। ବିର୍ଲା ଟାୟାର୍ସ ଉପରେ ବିଭିନ୍ନ ବ୍ୟାଙ୍କର ୧୧୨୮ କୋଟି ଟଙ୍କା ବାକି ଅଛି। ଆକ୍ସିସ୍ ବ୍ୟାଙ୍କର ୫୫୯ କୋଟି ଟଙ୍କା, ଅର୍‌ସିଲ ବ୍ୟାଙ୍କର ୧୯୬ କୋଟି ଟଙ୍କା ଓ ଷ୍ଟେଟ୍‌ ବ୍ୟାଙ୍କର ୧୨୦ କୋଟି ଟଙ୍କା ବକେୟା ରହିଛି। ଏହାଛଡ଼ା ଡିବିଏସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଡବ୍ଲୁବିଆଇଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଜେସି ପ୍ଲାୱାର୍ସ ଓ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କରୁ ମଧ୍ୟ କଂପାନି ଋଣ ନେଇଛି। ୧୧ଟି ବ୍ୟାଙ୍କକୁ ନେଇ ଗଠିତ ଏକ କନ୍‌ସୋର୍ଟିୟମ୍‌ ଋଣ ପ୍ରଦାନ କରିଥିବା ବେଳେ କନ୍‌ସୋର୍ଟିୟମ୍‌ର ମୁଖ୍ୟ ଆକ୍ସିସ ବ୍ୟାଙ୍କ ବିର୍ଲା ଟାୟାର୍ସକୁ ସର୍ବାଧିକ ଋଣ ପ୍ରଦାନ କରିଛି। କିନ୍ତୁ ବିର୍ଲା ଟାୟାର୍ସ ଋଣ ପରିଶୋଧ କରି ପାରୁନଥିବାରୁ ଋଣଦାତା ବ୍ୟାଙ୍କମାନେ କମ୍ପାନି ବିରୋଧରେ ଇନ୍‌ସଲ୍‌ଭେନ୍ସି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାସନାଲ୍‌ କଂପାନି ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) କୋଲାକାତା ଶାଖାରେ ମାମଲା ରୁଜୁ କରିଛନ୍ତି। ୨୦୨୨ ମେ’ ୩ରେ କଂପାନି ବିରୋଧରେ ମାମଲା ଆରମ୍ଭ କରିବାକୁ ଏନ୍‌ସିଏଲ୍‌ଟି ସବୁଜ ସଙ୍କେତ ଦେଇଥିଲେ। ଏହା ପରେ ବିର୍ଲା ଟାୟାର୍ସକୁ କିଣିବା ଲାଗି ଦେଶର ଏକାଧିକ କମ୍ପାନି ଆଗ୍ରହ ଦେଖାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସିଏଟ୍, ଇଣ୍ଡିଆ ରିସର୍ଜେଣ୍ଟ ଫଣ୍ଡ୍‌, ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର, ଡାଲମିଆ ଭାରତ ରିଫ୍ରାକ୍ଟରିଜ୍ ଓ ଏମ୍‌ସିପିଆଇ ଭଳି ସଂସ୍ଥା। ଏହାଛଡ଼ା ଜିନ୍ଦଲ୍‌ ପଲି ଫିଲ୍ମସ, ଫାଲ୍‌କନ୍ ମେରାଇନ୍, ହିମାଦ୍ରୀ କେମିକାଲ୍‌ସ, ୟୁନାଇଟେଡ୍‌ ବାୟୋଟେକ୍, ଓଡ଼ିଶା ମେଟାଲିକ୍ସ ଓ ଡିଡି ଷ୍ଟିଲ୍ ଆଣ୍ଡ୍‌ ପାୱାର ଭଳି ସଂସ୍ଥା ମଧ୍ୟ ଦୌଡ଼ରେ ରହିଛି। ସେମାନେ ମଧ୍ୟ ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟ୍ରେଷ୍ଟ୍‌ (ଇଓଆଇ) ଦାଖଲ କରିଛନ୍ତି। କିନ୍ତୁ ଋଣଦାତା ବ୍ୟାଙ୍କମାନଙ୍କୁ ୩୦୦ କୋଟିର ଋଣ ପରିଶୋଧ ପ୍ରସ୍ତାବ ଦେଇ ଡାଲମିଆ ସିମେଣ୍ଟ ଏହି ଦୌଡ଼ରେ ଆଗୁଆ ରହିଛି। ବିର୍ଲା ଟାୟାର୍ସ ପାଖରେ ୧୮୧ ଏକର ଜମି ରହିଛି। ଅଶି ଦଶକରେ କେରୋସମ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏହାକୁ ସ୍ଥାପନ କରାଯାଇଥିଲା। ପରିଚାଳନାଗତ ବିଭ୍ରାଟ ଏହା ରୁଗ୍‌ଣ ହୋଇଯାଇଥିବା ବେଳେ ୨୦୧୯ରୁ କାରଖାନାରୁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.