ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ର, ଓଡିଶୀ ଆସର

Aug 24, 2023 - 11:29
 0  8
ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ର, ଓଡିଶୀ ଆସର
ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ର, ଓଡିଶୀ ଆସର

ଭୁବନେଶ୍ୱର, ୨୪/୮: ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣାକେନ୍ଦ୍ରରେ ପ୍ରତି ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେଉଥିବା ‘ଓଡ଼ିଶୀ ଆସର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଶିକ୍ଷାରତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକକ ସଂଗୀତ ‘ଆଜ ଏ କି ଗୁମାନରେ’, ପରିବେଷଣ କରିଥିଲେ ସୁନିତାରାଣୀ ବିଶ୍ୱାଳ । ପରେ ପରେ ନିଳୀମା ପ୍ରଧାନ ଏବଂ ସ୍ମୃତିରେଖା ପ୍ରତିହାରୀ- ‘କହିବୁ ଯାଇ ଶ୍ୟାମବନ୍ଧୁଙ୍କୁ ମନ ମଜାଇ’, ଅର୍ପିତା ସାହୁ ଏବଂ କବିତା ନାୟକ - ‘ଘେନାଇ ଆମ୍ଭେ ଯେତେ’ ଦ୍ୱେତ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ । ଆଦି ତାଳରେ ଏକକ ମର୍ଦ୍ଦଳ ବାଦନ କରିଥିଲେ ଜୟଗୁରୁ ପ୍ରଧାନ । ଏକକ ଓଡ଼ିଶୀ ନୃତ୍ୟ - ମଙ୍ଗଳା ଚରଣ ‘ପଦ ବନ୍ଦେ ଗଣନାଥ’ ଏବଂ ‘ମୋହନ ପଲ୍ଲବୀ’ ପରିବେଷଣ କରିଥିଲେ ଜ୍ୟୋତିରାଣୀ ନାୟକ । ଏଥିରେ କଣ୍ଠଦାନ କରିଥିଲେ ସୁନିତାରାଣୀ ବିଶ୍ୱାଳ।

ଉକ୍ତ ଆସରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଏହାକୁ ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରିଣୀ ଅନୁଜା ତାରିଣୀ ମିଶ୍ର ।

ଏଠାରେ ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ଓଡ଼ିଶୀ ଗବେଷଣାକେନ୍ଦ୍ରର ପରାମର୍ଶଦାତା କମିଟି ବୈଠକ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ଦିଲିପ ରାଉତରାଏଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ନିର୍ବାହୀଙ୍କ କକ୍ଷରେ କମିଟିର ସଦସ୍ୟ / ସଦସ୍ୟାଙ୍କ ଗହଣରେ ହୋଇଥିଲା । ଓଡ଼ିଶୀ ଗବେଷଣା କେନ୍ଦ୍ରର ଉନ୍ନତିକଳ୍ପେ ବହୁବିଧ ଆକାଂକ୍ଷିତ କାର୍ଯ୍ୟକଳାପ ଗୁଡ଼ିକୁ ଅଗ୍ରସର କରିବା ଦିଗରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଅନୁଷ୍ଠାନର ଉନ୍ନତିକଳ୍ପେ ଅନେକ ଗୁଡ଼ିକ ନୂତନ ପ୍ରସ୍ତାବ ବୈଠକରେ ଗୃହୀତ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow