ଆଉ ଏକ ନାରୀ ଭିତ୍ତିକ ଚଳଚ୍ଚିତ୍ରରେ ଭିନ୍ନ ରୂପରେ ପରଦାକୁ ଓହ୍ଲାଇବେ ବର୍ଷା 

Jul 3, 2023 - 11:00
Jul 3, 2023 - 11:01
 0  9
ଆଉ ଏକ ନାରୀ ଭିତ୍ତିକ ଚଳଚ୍ଚିତ୍ରରେ ଭିନ୍ନ ରୂପରେ ପରଦାକୁ ଓହ୍ଲାଇବେ ବର୍ଷା 

ଭୁବନେଶ୍ୱର, ଜୁଲାଇ ୩: ନିମକୀ, କୁଇନ୍, ବିଜୟିନୀ ପରେ, ଭିନ୍ନ ଅନ୍ଦାଜରେ, ଏକ ଦମଦାର ଚରିତ୍ରରେ ପୁଣି ନଜର ଆସିବେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସଂପୂର୍ଣ୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ବସ୍ (Boss) । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ।

 ବସ୍, ଲୋକଙ୍କ ମାନସିକତାରେ ଆଣିବ ପରିବର୍ତ୍ତନ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବସ୍ ହେବ ଗେମ ଚେଞ୍ଜର । ଚିରାଚରିତ ପ୍ରେମ, ପାରିବାରିକ କାହାଣୀର ଧାରାରୁ ବାହାରି ପରିବର୍ତ୍ତନର ସ୍ବର ହେବ ଏଇ ଫିଲ୍ମ ।

 ୨୦୨୩ ମସିହାରେ ଏହା ହେବ ସଂପୂର୍ଣ୍ଣ ଭିନ୍ନ ଧରଣର ଚଳଚ୍ଚିତ୍ର ।  ବସ୍ ର ପ୍ରମୁଖ ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ବ ନିଭାଇଛନ୍ତି  ବର୍ଷା ପ୍ରିୟଦର୍ଶିନୀ । ଓଲିଉଡରେ ଗୋଟିଏ ପରେ ଗୋଟିଏ ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ କରି ନୂଆ ଧାରା ସୃଷ୍ଟି କରିଛନ୍ତି ବର୍ଷା ।  ଆର୍ ଆର୍ ଇଭେଣ୍ଟସ୍ ଏବଂ ସିନେ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ବସ୍ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଯୁବ ପ୍ରଯୋଜକ ରମେଶ ବାରିକ । ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ତ୍ରିପତି ସାହୁ । ଫିଲ୍ମର ସଂଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର ।

What's Your Reaction?

like

dislike

love

funny

angry

sad

wow