୧୨ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ ଉଦ୍‌ଯାପିତ

Aug 21, 2023 - 11:35
 0  5
୧୨ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ ଉଦ୍‌ଯାପିତ
୧୨ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର, ୨୧। ୮ : ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ୧୨ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି ।  ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଗୁରୁ ନିରଞ୍ଜନ ରାଉତଙ୍କୁ ନୃତ୍ୟ ସରଞ୍ଚନା ସମ୍ମାନରେ ସମ୍ମାନିତ କରାଯାଇ ଚଳିତବର୍ଷ ପାଇଁ ପ୍ରଜ୍ଞା ନୃତ୍ୟାୟନ ତରଫରୁ ବାର୍ଷିକ ମେଧା ବୃତ୍ତି ବ୍ରହ୍ମପୁରର ସୁଶ୍ରୀ ଟି. ତୁଲିକା ରେଡ଼ି ଓଡ଼ିଶୀ ନୃତ୍ୟ, ପୁନେର ସାନ୍ତେରା ଅଭୟଙ୍କର କଥକ ନୃତ୍ୟ ଏବଂ ଅନୁଗୁଳର ସୁଶ୍ରୀ ଅନୁଷ୍କା ଶାହା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ମେଧାବୃତ୍ତି ବାବଦରେ ଉକ୍ତ ନୃତ୍ୟ ପରିବେଷଣକାରୀଙ୍କୁ ଯଥାକ୍ରମେ ୫୦୦୦, ୩୬୦୦ ଓ ୨୨୦୦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ବେସରକାରୀ ଅନୁଷ୍ଠାନ ଭାବେ ପ୍ରଜ୍ଞା ନୃତ୍ୟାୟନର ଏହା ଏକ ନିଆରା ପ୍ରୟାସ ମେଧାବୃତ୍ତି ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି କଳାକାରକୁ ଉତ୍ସାହିତ କରିବା ନୃତ୍ୟାତ୍ସବର ପ୍ରଥମ ସନ୍ଧ୍ୟାରେ ଶିଳ୍ପୀମାନେ କାହ୍ନାରେ କାହ୍ନା ସଙ୍ଗୀତରେ ନୃତ୍ୟସଭାକୁ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ପ୍ରଜ୍ଞା ନୃତ୍ୟାୟନର ନୃତ୍ୟଶିଳ୍ପୀମାନେ ଘୁଙ୍ଗୁରୁ ଦିଅ ମୋ ପାଦେ ଗୁଞ୍ଜୁରୁ ଗୁଞ୍ଜ ସଙ୍ଗୀତରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଆଧୁନିକ ଜୀବନର ଛିଟାରେ ପରିବେଷିତ ଆଧୁନିକ ସଙ୍ଗୀତର ଲୁଙ୍ଗି ଡ୍ୟାନ୍ସରେ ଶିଳ୍ପୀମାନେ ନୃତ୍ୟ ସରଞ୍ଚନା କରିଥିଲେ । ଏହାପରେ ଜାଇ ଫୁଲ ଏବଂ ଜଗନ୍ନାଥାଷ୍ଟକମରେ ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟ ଉତ୍ସବରେ ଦ୍ଵିତୀୟ ପର୍ଯ୍ୟାୟରେ ଗୁରୁ ଶ୍ରୀମତୀ ସ୍ଵୟଂପ୍ରଭା ସାହୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିଵାଙ୍ଗିନୀ ସସ୍ମିତା ଭୋଇ ଏବଂ ବିଦ୍ୟାଭାରତୀ ଦେହୁରୀ ଦୁଇଜଣ ଶିଳ୍ପୀ ଆଚସ୍ଥିତ ଭଙ୍ଗୀରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ଏଲ୍ ଡିସପଲ ସାଇ ରେଡ଼ି ଭାରତର ଅତ୍ୟତମ ନୃତ୍ୟ ଭାରତ ନାଟ୍ୟମ ନୃତ୍ୟକୁ ନୃତ୍ୟସଭାରେ ପରିବେଷଣ କରିଥିଲେ। ଶେଷ ପର୍ଯ୍ୟାୟରେ ବିଶିଷ୍ଟ ଗୁରୁ ନିରଞ୍ଜନ ରାଉତଙ୍କ ନୃତ୍ୟ ଦଳ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରି ନୃତ୍ୟସଭାକୁ ସମାପ୍ତ କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରମୁଖ ଅତିଥି ଭାବେ ମାନସ କୁମାର ଦେବତା, ସଞ୍ଜୟ ଚୌଧୁରୀ, ମହେଶ୍ଵର ପାଣିଗ୍ରାହୀ, ରଞ୍ଜନ ମିଶ୍ର, ସଭାପତି ନବକିଶୋର ବେହେରା ଏବଂ ବିଶିଷ୍ଟ ଗୁରୁ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଜ୍ଞା ନୃତ୍ୟାୟନର ସଭାପତି ନବକିଶୋର ବେହେରା, ସମ୍ପାଦିକା ସ୍ଵୟଂପ୍ରଭା ସାହୁ, କୋଷାଧ୍ୟକ୍ଷ ଗୟାଧର ସାହୁ, ପ୍ରଦୀପ ମହାନ୍ତି ଏବଂ ସ୍ମୃତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିପ୍ପଳନା କରିଥିବା ବେଳେ ସଂଯୋଜନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.