ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ

Rover technology separated from Lander Vikram

Aug 24, 2023 - 11:06
 0  4
ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ

ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ଆସୁଥିବା ଦେଖାଯାଉଛି। ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ। ଏବେ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର ପ୍ରଜ୍ଞାନ। ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଗତକାଲି ସଂଧ୍ୟା ୬ଟା ୪ରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଏକ ହେଲିକପ୍ଟର ଅବତରଣ କଲା ବେଳେ ଯେତିକି ଧୂଳି ଉଡିଥାଏ, ତାଠାରୁ କାହିଁ କେତେ ଗୁଣ ଅଧିକ ଧୂଳି ଲ୍ୟାଣ୍ଡ ଚନ୍ଦ୍ରପୃଷ୍ଠରେ ଅବତରଣ ବେଳେ ଉଡିଥିଲା । ଆଉ ଏହି ଧୂଳି କଣା ଚନ୍ଦ୍ରପୃଷ୍ଠରେ ଜମା ହେବା ପାଇଁ କିଛି ଘଣ୍ଟା ସମୟ ନେଇଥିଲା। ରୋଭର ପ୍ରଜ୍ଞାନରେ ଯେହେତୁ ଅନେକ ସମ୍ବେଦନଶୀଳ ଯନ୍ତ୍ରାଶ ଲାଗିଛି, ତେଣୁ ଏଗୁଡ଼ିକ ଧୂଳିକଣା ସଂସ୍ପର୍ଶରେ ନଆସିବା ପାଇଁ ପରିବେଶ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। ତାସହ ଲ୍ୟାଣ୍ଡରରେ ଥିବା ସୋଲାର ପ୍ୟାନେଲରୁ ଧୂଳି ଖସିବା ପରେ ପ୍ୟାନେଲ ସୂର୍ଯ୍ୟ କିରଣରୁ ଶକ୍ତି ଗ୍ରହଣ କରି ରୋଭରକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଅପେକ୍ଷା କରାଯାଇଥିଲା। ଏସବୁ ପ୍ରକ୍ରିୟା ଶେଷ ହେବା ପରେ ଲ୍ୟାଣ୍ଡର ବିକ୍ରମର ଏକ ଦ୍ୱାର ଖୋଲିଥିଲା। ସେଥିରୁ ବାହାରିଥିଲା ରୋଭର ପ୍ରଜ୍ଞାନ।

ଚନ୍ଦ୍ରପୃଷ୍ଠରେ କଣ କରିବ ଲ୍ୟାଣ୍ଡର ‘ବିକ୍ରମ’?
– ଲ୍ୟାଣ୍ଡରରେ ରହିଛି ୪ଟି ପେ-ଲୋଡ୍
– ରମ୍ଭା, ଚାଷ୍ଟେ, ଇଲ୍ସା ଓ ଲେଜର ରେଟ୍ରୋଫ୍ଲେକ୍ଟର ଆରେ
– ରମ୍ଭା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଠାରୁ ଆସିବାକୁ ଥିବା ପ୍ଲାଜ୍ମାର ଘନତ୍ୱ, ମାତ୍ରା ଓ ପରିବର୍ତ୍ତନକୁ ଯାଞ୍ଚ କରିବ
– ଚାଷ୍ଟେ ଚନ୍ଦ୍ରପୃଷ୍ଠରେ ତାପମାତ୍ରା ପରଖିବ
– ଇଲ୍ସା ଲ୍ୟାଣ୍ଡିଂ ସାଇଟ୍ର ପାଶ୍ୱବର୍ତ୍ତୀ ଭୂକମ୍ପୀୟ ଗତିବିଧି ଯାଞ୍ଚ କରିବ
– ଲେଜର ରେଟ୍ରୋଫ୍ଲେକ୍ଟର ଆରେ ଚନ୍ଦ୍ରର ଡାଏନୋମିକ୍ସକୁ ବୁଝିବା ପାଇଁ ପ୍ରୟାସ କରିବ

ଚନ୍ଦ୍ରପୃଷ୍ଠରେ କଣ କରିବ ରୋଭର ‘ପ୍ରଜ୍ଞାନ’?
– ରୋଭର ପ୍ରଜ୍ଞାନର ୨ଟି ପେ-ଲୋଡ୍ ରହିଛି
– ଲେଜର ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍କୋପ୍ ଓ ଆଲ୍ଫା ପ୍ରାକ୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର
– ଚନ୍ଦ୍ରପୃଷ୍ଠରେ ଥିବା ରାସାୟନିକ ପଦାର୍ଥର ମାତ୍ରା ଓ ଗୁଣାବତ୍ତାର ଯାଞ୍ଚ କରିବ
– ଚନ୍ଦ୍ରପୃଷ୍ଠରେ ମହଜୁଦ ଥିବା ଖଣିଜ ପଦାର୍ଥର ଅନୁସନ୍ଧାନ କରିବ
– ଚନ୍ଦ୍ରପୃଷ୍ଠରେ କେଉଁ ଉପାଦାନ ରହିଛି ତାର ଅନୁସନ୍ଧାନ କରିବ
– ମାଗ୍ନେସିୟମ, ଆଲୁମିନିୟମ, ସିଲିକନ, ପୋଟାସିୟମ, କ୍ୟାଲସିୟମ, ଟିନ୍, ଲୌହର ସନ୍ଧାନ କରିବ
– ଏଗୁଡ଼ିକର ସନ୍ଧାନ ଲ୍ୟାଣ୍ଡିଂ ସାଇଟ୍ ପାଶ୍ୱବର୍ତ୍ତୀ ଚନ୍ଦ୍ରପୃଷ୍ଠରେ କରାଯିବ

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.