ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳାର ଆୟୋଜନ

Aug 20, 2023 - 19:52
 0  10
ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳାର ଆୟୋଜନ

ଭୁବନେଶ୍ୱର, ଅଗଷ୍ଟ ୨୦: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହାଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଥିଲା |

ଏହି ଅବସରରେ ନିର୍ଦେଶକ ଦିଲୀପ ରାଉତରାଏ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରିବେ,ସେ ବିଷୟରେ ଉଦବୋଧନ ଦେଇଥିଲେ | ମୁଖ୍ୟ ବକ୍ତା ନିରଞ୍ଜନ ସାହୁ, ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡିଶା ଲୋକସେବା ଆୟୋଗର ପୂର୍ବତନ ସଭ୍ୟ, ପାଠକ ପାଠିକା ମାନେ ନିଜ ସମୟର ସଦୁପଯୋଗ କରିବା ସହିତ ଖରାପ ଅଭ୍ୟାସରୁ ନିବୃତ୍ତ ହେବା ପାଇଁ ପ୍ରେରଣା ଦେଇଥିଲେ |

ଅନ୍ୟତମ ଅତିଥି ରଞ୍ଜନ କୁମାର ମଲ୍ଲ, ଗୃପ କ୍ୟାପଟେନ ଭାରତୀୟ ବାୟୁସେନା, ପାଠକ ପାଠିକା ମାନଙ୍କୁ ଉଦବୋଧନ ଦେଇ ନିଜ ଭିତରେ କିପରି ଆତ୍ମ ବିଶ୍ୱାସ ଜନ୍ମାଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ ତା ଉପରେ ପ୍ରେରଣା ଦାୟକ ବକ୍ତବ୍ୟ ରଖିଥିଲେ | ସୁଜିତ କୁମାର ମହାପାତ୍ର, ପ୍ରତିଷ୍ଠାତା ବକୁଳ ଫାଉଣ୍ଡେସନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

ଅତସୀ ଦାସ, ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow