ଇଣ୍ଟରନେଟ ସଟଡାଉନ ଯୋଗୁଁ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି- ନେଟଲସ୍ ରିପୋର୍ଟ

Jun 29, 2023 - 21:05
 0  12
ଇଣ୍ଟରନେଟ ସଟଡାଉନ ଯୋଗୁଁ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି- ନେଟଲସ୍ ରିପୋର୍ଟ
ଇଣ୍ଟରନେଟ ସଟଡାଉନ ଯୋଗୁଁ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି- ନେଟଲସ୍ ରିପୋର୍ଟ

ଇଣ୍ଟରନେଟ ସଟଡାଉନ ଯୋଗୁଁ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି- ନେଟଲସ୍ ରିପୋର୍ଟ
ଶାନ୍ତିଶୃଙ୍ଖଳା ବଜାୟ ରଖିବା ଆଳରେ ମଣିପୁର ଓ ପଞ୍ଜାବରେ ଜାନୁୟାରୀରୁ ଜୁନ, ୨୦୨୩ ମଧ୍ୟରେ ଇଣ୍ଟରନେଟ ସଟଡାଉନ ବା ଇଣ୍ଟରନେଟ ସେବା ବନ୍ଦ କରାଯିବା ଦ୍ୱାରା ଭାରତୀୟ ଅର୍ଥନୀତି 1.9 ବିଲିୟନ ଡଲାର ହରାଇଛି । କେବଳ ସେତିକି ନୁହେଁ ପ୍ରାୟ 118 ମିଲିୟନ ଡଲାରର ବିଦେଶୀ ପୁଞ୍ଜିନିବେଶ ହରାଇବା ସହ 21 ହଜାରରୁ ଅଧିକ ଚାକିରି ହରାଇଛନ୍ତି । ବିଶ୍ୱର ଅଗ୍ରଣୀ ଅଣଲାଭକାରୀ ସଂସ୍ଥା ଇଣ୍ଟରନେଟ ସୋସାଇଟିର ନେଟଲସ୍ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ଏହି ରିପୋର୍ଟ ପ୍ରସ୍ତୁତି ବେଳେ ଉତ୍ପାଦନ ହ୍ରାସ, ବେକାରୀ ହାର, ପ୍ରତ୍ୟକ୍ଷ ପୁଞ୍ଜିନିବେଶ ହ୍ରାସ, ଭବିଷ୍ୟତର ସଟଡାଉନ ଆଶଙ୍କା, କର୍ମଜୀବି ଜନସଂଖ୍ୟା ଭଳି କାରଣକୁ ତର୍ଜମା କରାଯାଇଥିଲା । ଇଣ୍ଟରନେଟ ସଟଡାଉନ ଦ୍ୱାରା ଅଶାନ୍ତି, ମିଥ୍ୟା ଖବର ପ୍ରସାର, ସାଇବର ବିପଦ ଆଦି ହ୍ରାସ ପାଇବ ବୋଲି ସରକାରଙ୍କ ଧାରଣା ରହିଛି । ତେବେ ଏହି ଧାରଣା ଭ୍ରାନ୍ତ ବୋଲି ନେଟଲସ୍ ରିପୋର୍ଟରେ ଦର୍ଶାଯାଇଛି । ଏପରି ପଦକ୍ଷେପ ଦ୍ୱାରା ସିଧାସଳଖ ଭାରତୀୟ ଅର୍ଥନୀତି ପ୍ରଭାବିତ ହେଉଛି ବୋଲି ରିପୋର୍ଟରୁ ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow