ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ ମୌସୁମୀ ଅଧିବେଶନ ଆରମ୍ଭ

Jul 20, 2023 - 13:41
 0  4
ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ ମୌସୁମୀ ଅଧିବେଶନ ଆରମ୍ଭ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ। ୨୩ ଦିନରେ ୧୭ କାର୍ଯ୍ୟ ଦିବସଜି ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୩ ଦିନର ଏହି ମୌସୁମୀ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି । ଏହି ସମୟ ଭିତରେ ୨୧ଟି ନୂଆ ବିଲ୍ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ଏଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଓ ମେଡିଏସନ ବିଲ୍ ପରି ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ସବୁ ଦଳଙ୍କ ସହଯୋଗ ଲୋଡ଼ିଥିଲେ ସରକାର । ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଆରଏସ୍‌ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ।ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ମୌସୁମୀ ଅଧିବେଶନ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ । ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ। ଏହାପରେ ସଂସଦର ପରବର୍ତ୍ତୀ ଅଧା ଅଧିବେଶନକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.