ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଦାୟିତ୍ୱ ନେଲେ ବିଷ୍ଣୁପଦ, ସ୍ୱଚ୍ଛତା ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ

Oct 9, 2023 - 17:06
 0  10
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଦାୟିତ୍ୱ ନେଲେ ବିଷ୍ଣୁପଦ, ସ୍ୱଚ୍ଛତା ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ଅକ୍ଟୋବର ୯ : ବରିଷ୍ଠ ପ୍ରଶାସକ ବିଷ୍ଣୁପଦ ସେଠୀ ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗ ଦପ୍ତରରେ ଶ୍ରୀ ସେଠୀଙ୍କୁ ବିଭାଗୀୟ ପଦାଧିକାରୀମାନେ ସ୍ୱାଗତ ଜଣାଇଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ କଲ୍ୟାଣମୂଳକ ଯୋଜନା ବାବଦରେ ଶ୍ରୀ ସେଠୀ ଅବଗତ ହୋଇଥିଲେ। ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଅଧିକାରୀ ତଥା କର୍ମଚାରୀମାନେ ସ୍ୱଚ୍ଛତା ଓ ପ୍ରତିବଦ୍ଧତା ନେଇ କି୍ରୟାଶୀଳ ହେବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ।

ମଧୁବାବୁ ପେନ୍‌ସନ ଯୋଜନା, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରମୁଖ ଶାସନ ସଚିବ କହିଥିଲେ। ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ସମେତ ଅତିରିକ୍ତ ଶାସନ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ । 

What's Your Reaction?

like

dislike

love

funny

angry

sad

wow