ମଣିପୁର ଘଟଣାକୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ଚେତାବନୀ

Jul 20, 2023 - 13:31
 0  5
ମଣିପୁର ଘଟଣାକୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ଚେତାବନୀ

ମଣିପୁର ଭିଡିଓ ଘଟଣାକୁ ସୁପ୍ରିମକୋର୍ଟ କଡ଼ା ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଘୋର ସାମ୍ବିଧାନିକ ବିଫଳତା। ଯଦି ସରକାର ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଜୁଲାଇ ୨୮ରେ କୋର୍ଟ ଉକ୍ତ ମାମଲାରେ ଶୁଣାଣି କରିବେ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ମଣିପୁର ଘଟଣା ଅଗ୍ରହଣୀୟ। କେନ୍ଦ୍ର ଏବଂ ରାଜ୍ୟ ସରକାର ଉକ୍ତ ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ କୋର୍ଟ କହିଛନ୍ତି। ମାମଲାରେ ‌କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ସେନେଇ ଅବଗତ କରାଇବାପାଇଁ କୋର୍ଟ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ସହ କଥା ହୋଇଛନ୍ତି ଏବଂ ମଣିପୁର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଶାହ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମେ ୪ର ଭିଡିଓ
ସୋସିଆଲ ମିଡିଆରେ ବର୍ବରୋଚିତ କାଣ୍ଡର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତ ମେ ମାସ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଏପରିକି ଦୁଇ ମହିଳାଙ୍କୁ ପରେ ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ସେପଟେ ମଣିପୁର ଭିଡିଓ ଭାଇରାଲକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଭିଡିଓ ଭାଇରାଲ ହେବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା । ଏଥିପାଇଁ ଟ୍ୱିଟରକୁ ନୋଟିସ ଜାରି କରାଯାଇଛି ।

ମଣିପୁରକୁ ନେଇ ମୋଦିଙ୍କ ଉଦବେଗ
ମଣିପୁର ଲଜ୍ଜା ଘଟଣାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ପାର୍ଲାମେଣ୍ଟ ସେସନ୍ ପୂର୍ବରୁ ଯାହା ଘଟିଲା ମୋତେ ଗଭୀର ଆଘାତ ଦେଇଛି । ମଣିପୁର ଘଟଣାରେ କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି। ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବୁ। ଯାହା ଘଟିଛି, ତାହାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବନି । ଏହି ଘଟଣାକୁ ନେଇ ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି । ରାଜନୀତିରୁ ଊର୍ଦ୍ଧରେ ରହି ନାରୀକୁ ସମ୍ମାନ ପ୍ରତି ଗୁରୁତ୍ବ ଦିଆଯାଉଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.