ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି

Jul 27, 2023 - 07:17
Jul 28, 2023 - 07:17
 0  5
ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି
ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି

ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି
ସୁପ୍ରିମକୋର୍ଟ ଗୁରୁବାର ଏକ ସ୍ୱତନ୍ତ୍ର ଶୁଣାଣି ମାଧ୍ୟମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫,୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶ ଓ ଜନହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସ୍ୱତନ୍ତ୍ର ଶୁଣାଣି ବେଳେ ଜଷ୍ଟିସ ବି.ଆର ଗଭାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ଜୁଲାଇ ୧୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ଓ ଅବୈଧ ଘୋଷଣା କରି ଜୁଲାଇ ୩୧ ସୁଦ୍ଧା ପଦବୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ସମୟର ଚାରି ଦିନ ପୂର୍ବରୁ କେନ୍ଦ୍ର ସରକାର ମିଶ୍ରଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ସୁପ୍ରିମକୋର୍ଟଙ୍କ ନିକଟରେ ଜରୁରିକାଳିନ ଆବେଦନ କରିଥିଲେ । ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ମୂଲ୍ୟାୟନ ଚାଲିଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶକ ଭାବେ ସଞ୍ଜୟ ମିଶ୍ରଙ୍କ ଉପସ୍ଥିତି ଜରୁରୀ ବୋଲି କେନ୍ଦ୍ର ସରକାର ନିଜ ଆବେଦନରେ ଦର୍ଶାଇଥିଲେ ।

What's Your Reaction?

like

dislike

love

funny

angry

sad

wow