ଆଜି ଆସିବ +୨ ପ୍ରଥମ କଟ୍ ଅଫ ମାର୍କ

Jul 6, 2023 - 11:26
 0  5
ଆଜି ଆସିବ +୨ ପ୍ରଥମ କଟ୍ ଅଫ ମାର୍କ


ଆଜି ବାହାରିବ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ । ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା ।

୨ହଜାର ୧୫୮ଟି କଲେଜ ପାଇଁ ୫ଲକ୍ଷ ୯ହଜାର ୬୧୪ ସିଟରେ ନାମଲେଖା ହେବ । ସାମସର ତଥ୍ୟ ଅନୁଯାୟୀ ରାଜ୍ୟରେ ୫ଲକ୍ଷ ୭ହଜାର ୪୨୬ ଜଣ ପଞ୍ଜିକରଣ କରିଥିବା ବେଳେ ମୋଟ ୪ଲକ୍ଷ ୬୭ହଜାର ୨୭୨ ଜଣ ଆବେଦନ କରିଛନ୍ତି । ପ୍ରତିବର୍ଷ ୩ ପ୍ରତିଶତରୁ ଅଧିକ କଟ ଅଫ୍ ମାର୍କ ବୃଦ୍ଧି ହେଉଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ମାଟ୍ରିକ ପାସହାର ହୋଇଛି । ତେଣୁ ଭଲ କଲେଜରେ ସିଟ୍ ମିଳିବ କି ନାହିଁ ଏନେଇ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.