ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ପାଇଁ ଏନସିଏମସିର ସମୀକ୍ଷା ବୈଠକ

Jun 12, 2023 - 14:35
Jun 13, 2023 - 14:35
 0  253
ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ପାଇଁ ଏନସିଏମସିର ସମୀକ୍ଷା ବୈଠକ
ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ପାଇଁ ଏନସିଏମସିର ସମୀକ୍ଷା ବୈଠକ

ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ପାଇଁ ଏନସିଏମସିର ସମୀକ୍ଷା ବୈଠକ
ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ର ମୁକାବିଲା ପାଇଁ ଗୁଜରାଟ ସରକାର ଓ କେନ୍ଦ୍ର ମନ୍ତ୍ରାଳୟ ତଥା ସଂସ୍ଥାନଗୁଡିକର ପ୍ରସ୍ତୁତି ସମୀକ୍ଷା କରିବାକୁ ସୋମବାର କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପଦ ପ୍ରବନ୍ଧନ କମିଟି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ‘ବିପର୍ଯ୍ୟୟ’ର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଗୁଜରାଟ ମୁଖ୍ୟ ଶାସନ ସଚିବ କମିଟିକୁ ଅବଗତ କରାଇଛନ୍ତି । ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ନଯିବା ପାଇଁ ଓ ସମୁଦ୍ରରେ ଥିବା ମତ୍ସ୍ୟଜୀବିଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଅଧିକ କ୍ଷତିଗ୍ରସ୍ତ ହେବାକୁ ଥିବା ଗାଁଗୁଡିକର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏସଡିଆରଏଫର 10ଟି ଦଳ ମୁତୟନ କରାଯାଇଥିବା ବେଳେ ଏନଡିଆରଏଫର 12ଟି ଦଳ ମୁତୟନ ହୋଇଛନ୍ତି । ଆଉ ତିନିଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ଆରାକୋଣମ, ମୁଣ୍ଡୁଳି ଓ ଭଟିଣ୍ଡାରେ ଥିବା 15ଟି ଏନଡିଆରଏଫ ଦଳକୁ ମଧ୍ୟ ଆଲର୍ଟ ରଖାଯାଇଛି । କାଣ୍ଡଲା ଓ ମୁନ୍ଦ୍ରା ବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow