ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲିଭିଓ ବର୍ଲୁସ୍କୋନିଙ୍କ ପରଲୋକ

Jun 12, 2023 - 14:36
Jun 13, 2023 - 14:37
 0  475
ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲିଭିଓ ବର୍ଲୁସ୍କୋନିଙ୍କ ପରଲୋକ
ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲିଭିଓ ବର୍ଲୁସ୍କୋନିଙ୍କ ପରଲୋକ

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲିଭିଓ ବର୍ଲୁସ୍କୋନିଙ୍କ ପରଲୋକ
ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ବ୍ୟବସାୟୀ ସିଲିଭିଓ ବର୍ଲୁସ୍କୋନିଙ୍କ 86 ବର୍ଷ ବୟସରେ ମିଲାନର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ସେ କିଛିଦିନ ଧରି ଲ୍ୟୁକେମିଆରେ ପୀଡିତ ଥିଲେ । ବର୍ଲୁସ୍କୋନି 1994-95, 2001-2006 ଓ 2008-11 ପର୍ଯ୍ୟନ୍ତ ଇଟାଲୀର ପ୍ରଧାନମନ୍ତ୍ରୀ ଥିଲେ । ଜଣେ ସଫଳ ବ୍ୟବସାୟୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇବା ପରେ 1994ରେ ରାଜନୀତିରେ ପ୍ରବେଶ କରିଥିବା ସିଲିଭିଓ ଇଟାଲୀକୁ ଋଣଯନ୍ତାରୁ ମୁକୁଲାଇ ଅର୍ଥନୀତିକୁ ନୂତନ ଦିଗ ପ୍ରଦାନ କରିଥିଲେ । ନିଜ ରାଜନୈତିକ ଜୀବନରେ ଅନେକ ବିବାଦରେ ଛନ୍ଦି ହୋଇ ପଡିଥିବା ବର୍ଲୁସ୍କୋନିଙ୍କୁ କିଛି ବର୍ଷ ପାଇଁ ରାଜନୀତିରୁ ଦୂରେଇ ଯିବାକୁ ପଡିଥିଲା । ସେ 2019ରେ ପୁଣି ସିନେଟକୁ ନିର୍ବାଚିତ ହୋଇଥିଲେ ବି ରାଜନୀତିରେ ସେତେଟା ସକ୍ରିୟ ରହିନଥିଲେ ।

What's Your Reaction?

like

dislike

love

funny

angry

sad

wow