ଏମସକୁ ଆସିଲା ୨୯ ଡିଏନଏ ରିପୋର୍ଟ

Jun 30, 2023 - 07:24
Jul 1, 2023 - 07:25
 0  7
ଏମସକୁ ଆସିଲା ୨୯ ଡିଏନଏ ରିପୋର୍ଟ
ଏମସକୁ ଆସିଲା ୨୯ ଡିଏନଏ ରିପୋର୍ଟ

ଏମସକୁ ଆସିଲା ୨୯ ଡିଏନଏ ରିପୋର୍ଟ
ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାର ୨୯ ମୃତ ଯାତ୍ରୀଙ୍କ ଡିଏନଏ ରିପୋର୍ଟ ଆସିଛି । ପ୍ରଥମ ପର୍ଯ୍ୟାୟରେ ଆସିଥିବା ଏହି ରିପୋର୍ଟ ମିଳିବା ପରେ ମୃତକମାନଙ୍କ ସମ୍ପର୍କୀୟଙ୍କୁ ଏମ୍ସକୁ ଡକାଯାଇଛି । ସେମାନେ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ । ମୃତ ଦେହ ନେବା ଚାହୁଁଥିଲେ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଯଦି ନେବାକୁ ଚାହିଁବେ ନାହିଁ ତେବେ ଶବ ସତ୍କାର କରାଯିବାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ମୋଟ ୮୧ଟି ମୃତଦେହ ଚିହ୍ନଟ ହୋଇ ନ ପାରି ଏମସରେ ରହିଥିଲା । ସେଥିରୁ ୭୮ଟି ମୃତ ଶରୀରର ଡିଏନଏ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଥିଲା । ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ଅନ୍ୟମାନଙ୍କର ଡିଏନଏ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।

What's Your Reaction?

like

dislike

love

funny

angry

sad

wow