ପୁଟିନଙ୍କ ବିରୋଧରେ ‘ୱାଗ୍‌ନର୍‌’ ଯୁଦ୍ଧ ଡାକରା

Jun 24, 2023 - 15:59
 0  14
ପୁଟିନଙ୍କ ବିରୋଧରେ ‘ୱାଗ୍‌ନର୍‌’ ଯୁଦ୍ଧ ଡାକରା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ  ଅଡ଼ୁଆ। ତାଙ୍କ ବିଶ୍ୱସ୍ତ ୟେଭ୍‌ଗେନି ପ୍ରିଗୋଝିନ୍‌ ରୁଷ ସେନା ବିରୋଧରେ ଯୁଦ୍ଧ ଡାକରା ଦେଇ ସାରିଛନ୍ତି। ଏପରିକି ସେ ନିଜ ‘ୱାଗ୍‌ନର୍‌’ ମିଲିଟାରୀ ଗ୍ରୁପକୁ ମସ୍କୋ ରାସ୍ତା ଉପରେ ଓହ୍ଲାଇ ଦେଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ରୁଷରେ ଗୃହ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି।

ରୁଷ୍‌ର ଘରୋଇ ସେନା ସଂଗଠନ ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ଙ୍କ ବିଦ୍ରୋହକୁ ‘ବିଶ୍ବାସଘାତକତା’ ବୋଲି ଆଜି ଜାତି ଉଦ୍ଦେଶ୍ୟରେ ଟେଲିଭିଜନ୍‌ରେ ଦେଇଥିବା ଉଦ୍‌ବୋଧନରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ କହିଛନ୍ତି। ସେ କହିଛନ୍ତି, ଆମେ ରାଷ୍ଟ୍ରଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ରୁଷ୍‌ର ସେନା ବାହିନୀ ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ବାସଘାତକ। ତେଣୁ, ପରିସ୍ଥିତିର ମୁକାବିଲା କରିବା ଲାଗି ରୁଷ୍‌ର ସଶସ୍ତ୍ର ସେନା ଆବଶ୍ୟକ ଆଦେଶ ପାଇଛନ୍ତି। ବିଦ୍ରୋହରେ ଭାଗ ନେଇଥିବା ସମସ୍ତଙ୍କୁ ଶାସ୍ତି ଦିଆଯିବ।

ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ, ଗତ କିଛି ମାସ ହେବ ମସ୍କୋର ‌ସାମରିକ ନେତୃତ୍ବ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି। ସେ ଅଭିଯୋଗ କରୁଛନ୍ତି ଯେ, ଏବେ ଉଭୟ ସେନା ଯୁଦ୍ଧ ଭୂମିରେ ପରସ୍ପରଙ୍କୁ ଭେଟିବେ। ଏଥିପାଇଁ ତାଙ୍କ ସୈନିକମାନେ ଦକ୍ଷିଣ ରୁଷ୍‌ର ରୋସ୍ତୋଭ୍‌ ଅଞ୍ଚଳରେ ପ୍ରବେଶ କରିଛନ୍ତି । ତେଣୁ ରୁଷ ଅଧିକାରୀ ରୋସ୍ତୋଭ୍‌ ସହରରେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ମସ୍କୋକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି। ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ରୋସ୍ତୋଭ୍‌ ରାସ୍ତା ଉପରେ ଏବେ ମାଳ ମାଳ ସୈନ୍ୟଙ୍କ ସହ ଟ୍ୟାଙ୍କର ବି ଦେଖିବାକୁ ମିଳୁଛି।

ୟେଭ୍‌ଗେନି ପ୍ରିଗୋଝିନ୍‌ ଅଡ଼ିଓ ମେସେଜରେ ଅଭିଯୋଗ କରିଛନ୍ତି ଯେ, ରୁଷ ସୈନ୍ୟ ଆମର ୨ ହଜାର ଯୋଦ୍ଧାଙ୍କୁ ମାରି ଦେଇଛନ୍ତି। ତେଣୁ ଦେଶରେ ସୈନ୍ୟ ନେତୃତ୍ୱକୁ ପ୍ରତିହତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଯିଏ ବି ଏହାର ବିରୋଧ କରିବ, ତାକୁ ରାସ୍ତାରୁ ହଟାଇ ଦେବୁ । ଆମେ ଅଗ୍ରସର ହେଉଛୁ ଏବଂ ଶେଷ ସୀମାରେ ପହଞ୍ଚିବୁ। ଏଥିସହ ଆମର ୨୫ ହଜାର ଯବାନ ମରିବା ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.