ଭୁବନେଶ୍ୱର ଷ୍ଟେସନରୁ ଗୋମାଂସ ଚାଲାଣ, ଜଣେ ଅଟକ

Sep 4, 2023 - 11:20
 0  5
ଭୁବନେଶ୍ୱର ଷ୍ଟେସନରୁ ଗୋମାଂସ ଚାଲାଣ, ଜଣେ ଅଟକ

ଭୁବନେଶ୍ୱର: ରେଳଷ୍ଟେସନରୁ ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଅଟକ।  ଏଥିସହ ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ମଧ୍ୟ ଜବତ ହୋଇଛି । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଭୁବନେଶ୍ବର ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ରେଳ ଷ୍ଟେସନରେ କିଛି ପ୍ୟାକେଟ ରଖାଯାଇଥିଲା । ଯାହାକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଥିଲା । ଏ ନେଇ ଗୋସେବା ପରିଷଦ ପକ୍ଷରୁ ଜିଆରପି ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ଜିଆରପି ପୋଲିସ ଓ ଆରପିଏଫ୍ ମିଳିତ ଭାବେ ପ୍ୟାକେଟକୁ ଜବତ କରିଥିଲେ । ଏହାପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା । ଏଥିସହ ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଏହି ଘଟଣାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବି ଆଉ କେଉଁ ମାନେ ଏଥିରେ ସାମିଲ ରହିଛନ୍ତି , ସେ ନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.