ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ସହ ମହିଳା ଓ ଶିଶୁ ବିକାଶ ବିଭାଗର ବୁଝାମଣା ପତ୍ର ସ୍ୱାକ୍ଷର

Oct 4, 2023 - 18:50
 0  8
ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ସହ ମହିଳା ଓ ଶିଶୁ ବିକାଶ ବିଭାଗର ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର, ଅକ୍ଟୋବର ୪: ମହିଳାଙ୍କ ଦକ୍ଷତାର ବିକାଶରେ ଆଜି ଆମେ ଏକ ନୂଆ ଫର୍ଦ୍ଦ ଯୋଡିବା ପାଇଁ ଯାଉଛେ । ଓଡ଼ିଶା ସରକାର
ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି । ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବର୍ତ୍ତମାନର ଯାନ୍ତ୍ରୀକ ଓ ବୈଷୟିକ ତାଲିମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ, ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର
ମିଳିତ ସହଯୋଗରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରି ଗୁଣାତ୍ମକ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି ଓ ଗୋପବନ୍ଧୁ ପ୍ରଶାସନିକ ଏକାମେୀର ସ୍ୱତନ୍ତ୍ର ସଚିବ ତଥା ଅତିରିକ୍ତ ନିର୍ଦ୍ଦେଶକ ଆରାଧନା ଦାସ ଓ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଏହି ବୁଝାମୁଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଉପରେ ଆଧାରିତ ଏକ ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। 

ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହ ଯୋଡି ହବା ଆମ ପାଇଁ ଏକ ଗୌରବର ବିଷୟ । ଏହି ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ରାଜ୍ୟର ମହିଳାମାନଙ୍କର ପ୍ରଶାସନିକ ଦକ୍ଷତା ସହ ବୃତ୍ତିଗତ ମନୋଭାବ ମଧ୍ୟ ସଶକ୍ତ ହେଇପାରିବ । ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ରାଜ୍ୟର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ଦ୍ୱାରା ଅଙ୍ଗନବାଡି କର୍ମୀମାନେ ବିଷୟ ବିଶେଷଜ୍ଞ ଓ ଦକ୍ଷ ପ୍ରଶାସକ ଦ୍ୱାରା ତାଲିମ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ମତ ପ୍ରକାଶ କରିଛନ୍ତି।

ଏହି ବୁଝାମଣା ଦ୍ୱାରା ପଞ୍ଚାୟତ ସ୍ତରରେ ମା’ମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ ବୋଲି ରାଜ୍ୟ ଉନ୍ନନୟ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଆଶା ପ୍ରକାଶ କରିଛନ୍ତି । ମିଳିତ ସହଯୋଗରେ ହିଁ ଆମେ ମହିଳା ଓ  ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ର ର ରୂପାନ୍ତରିତ କରିପାରିବା ବୋଲି ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି କହିଛନ୍ତି।

ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ସ୍ୱାଗତ ଅଭିଭାଷଣ ରଖିଥିଲେ ଓ ଅନୁ ସଚିବ ସ୍ୱଂୟପ୍ରଭା ମୁଦୁଲି ଧନ୍ୟବାଦ ଜ୍ଞାପନ କରିଥିଲେ।

What's Your Reaction?

like

dislike

love

funny

angry

sad

wow