ଭରପୁର ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ହେଲା ‘ମମତାର ବାଲିଘର’ : ବିଏମସି  ରିକ୍ରେସନ୍ କ୍ଲବ ର ୫୨ ତମ ବାର୍ଷିକ ଉତ୍ସବ

Sep 4, 2023 - 10:55
 0  9
ଭରପୁର ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ହେଲା ‘ମମତାର ବାଲିଘର’ : ବିଏମସି  ରିକ୍ରେସନ୍ କ୍ଲବ ର ୫୨ ତମ ବାର୍ଷିକ ଉତ୍ସବ
ଭରପୁର ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ହେଲା ‘ମମତାର ବାଲିଘର’ : ବିଏମସି  ରିକ୍ରେସନ୍ କ୍ଲବ ର ୫୨ ତମ ବାର୍ଷିକ ଉତ୍ସବ
ଭରପୁର ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ହେଲା ‘ମମତାର ବାଲିଘର’ : ବିଏମସି  ରିକ୍ରେସନ୍ କ୍ଲବ ର ୫୨ ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ର କର୍ମଚାରୀମାନେ ମଂଚସ୍ଥ କରିଛନ୍ତି ବାର୍ଷିକ ନାଟକ । ୨ ଏବଂ ୩ ସେପ୍ଟେମ୍ବର ୨୦୨୩ , ଦୁଇଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ପରିବେଷଣ ହୋଇଛି ଚେତନାଧର୍ମୀ ସାମାଜିକ ନାଟକ ``ମମତାର ବାଲିଘର‛ । ଗତକାଲି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଏବଂ କମିଶନର ବିଜୟ ଅମୃତା କୁଲୋଙ୍ଗେ, ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଶୁଭେନ୍ଦୁ କୁମାର ସାହୁ, ଉପସ୍ଥିତ କର୍ପୋରେଟର ଏବଂ କର୍ମଚାରୀଙ୍କ ଗହଣରେ ନାଟକର ଶୁଭାରମ୍ଭ ହୋଇଥିଲା।

ବର୍ତମାନ ସମୟରେ ସାମାଜିକ ଏବଂ ପାରିବାରିକ ମାର୍ଗଦର୍ଶନର ଘୋର ଅଭାବ। ଏହାର ସୁଯୋଗ ନଅନ୍ତି ଅନ୍ୟ ଅସାମାଜିକ ଚରିତ୍ରମନେ। ନିଷ୍ଠାପର ହୋଇ ଜୀବନସାରା କାର୍ଯ୍ୟକରିଥିବା ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଜଣେ ପୋଲିସ ଇନସପେକ୍ଟରଙ୍କର ପରିବାର ରେ ଏହା ଦେଖା ଦେଉଛି। 

ମମତାର ପରିଣତିରେ ପୁଅଝିଅମାନେ ଅବାଟରେ ଚାଲିଯାଇଛନ୍ତି। ପୁଅଟି ଗୋଟ ଚୋରା ବନ୍ଧୁକ ବ୍ୟବସାୟୀ ସହ ମିଶି ବ୍ୟବସାୟକରି ଶେଷରେ ଜେଲ ଯାଉଛି। ଅନ୍ୟପଟେ ଝିଅଟି ବାପାମା'ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ବେକାର ଯୁବକକୁ ଭଲପାଇବସିଛି। ଅବଶ୍ୟ ଉକ୍ତ ଯୁବକଟି ପରବର୍ତୀ ସମୟରେ କ୍ରାଇମ ବ୍ରାଞ୍ଚର ଡିଏସ୍ପି ହୋଇଯାଇଛି।
 
ଏଭଳି ପରିସ୍ଥିତିରେ ଇନସପେକ୍ଟର ଜଣଙ୍କ ନିଜ ଚାକିରୀରୁ ଇସ୍ତଫା ଦେଇଛନ୍ତି। କାରଣ ସରକାରୀ କାର୍ଯ୍ୟରେ ଆଦର୍ଶ କର୍ମଚାରୀ ହୋଇଥିଲେ ମଧ୍ୟ ପରିବାର ପ୍ରତି ଅବହେଳା କରିଛନ୍ତି । ଦେଖୁଛନ୍ତି , ପରିଚିତ କ୍ଷୀରବେପାରୀର ପୁଅ ଆଇଏଏସ୍ ପାଉଛି। ପେଷା ଏବଂ ପରିବାର କୁ ସମାନ୍ତରାଳ ଭାବେ ନେଇ ନପାରି, ପଛରେ ଅନୁତପ୍ତ ପୋଲିସ୍ ଅଧିକାରୀ। 

ଏକ ଦୁଃଖଦ ପରିଣତିରେ ବର୍ତମାନ ସମାଜର ଏକ ନିଚ୍ଛକ ଚିତ୍ର, ଚରିତ୍ରମାନେ ଅନୁତାପଭରା କଣ୍ଠରେ କହୁଛନ୍ତି, ହେ ଜଗନ୍ନାଥ କାହାରି ``ମମତାର ବାଲିଘରକୁ'' ଏପରି ଚୁନା କରି ଦିଅନି, ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅ, ଶାନ୍ତ ଦିଅ; ଏହାପରେ ଯବନିକା ପଡୁଛି। ଏଥିରେ ପ୍ରାୟ ୨୦ ଜଣ ଚରିତ୍ର ରହିଥିବାବେଳେ, ଶ୍ରୀ ସୁଧାଂଶୁ ନାୟକଙ୍କ ଲିଖିତ ଏହି ନାଟକର ନିର୍ଦେଶକ ହେଉଛନ୍ତି ଶ୍ରୀ ପ୍ରସନ୍ନ ମିଶ୍ର।

What's Your Reaction?

like

dislike

love

funny

angry

sad

wow