ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ବାର୍ଷିକ ସାଧାରଣ ଅଧିବେଶନ

Sep 4, 2023 - 11:35
 0  7
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ବାର୍ଷିକ ସାଧାରଣ ଅଧିବେଶନ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ବର: ପ୍ରତିଷ୍ଠାତା ସଭାପତି ଦିବଙ୍ଗତ ଗୋପିନାଥ ମହାନ୍ତି ଙ୍କୁ  ଶ୍ରଦ୍ଧାଞ୍ଜଳି ଜ୍ଞାପନ  କରାଯାଇ ବୈଠକ ଆରମ୍ଭ ହୋଇଥିଲା ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ ପରେ ମଞ୍ଚାସୀନ ସମ୍ମାନୀୟ ଅତିଥିଗଣ ରାମଚନ୍ଦ୍ର ଦାସ ମହାପାତ୍ର,  ଓ ପରିଷଦ ର ଅନୁରୋଧ ରକ୍ଷା କରି ସମ୍ମାନ ଗ୍ରହଣ କରିବା ନିମନ୍ତେ ଆଜିର ବୈଠକରେ ଉପସ୍ଥିତ ମହାପ୍ରଭୁ ଙ୍କ ପ୍ରତି ସମର୍ପିତ ବ୍ୟକ୍ତିତ୍ବ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପଣ୍ଡିତ ଦାଶରଥି ସାମନ୍ତରାୟ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଡ ଗୁରୁପ୍ରସାଦ ମହାପାତ୍ର ପୂର୍ବତନ ମନ୍ଦିର ପ୍ରଶାସକ ଡ ଭାସ୍କର ମିଶ୍ର ଙ୍କୁ ସଭାପତି ସଞ୍ଚିତା ମହାନ୍ତି ଙ୍କ ଦ୍ଵାରା  ସ୍ଵାଗତ କରାଯାଇ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ସମ୍ଵର୍ଦ୍ଧିତ କରା ଯାଇଥିଲା I 

ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ପରିଷଦ ଦ୍ଵାରା କରାଯାଇ ଥିବା କାର୍ଯୟକ୍ରମ ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ, ବିଗତ ଆର୍ଥିକ ବର୍ଷ ର ଆୟ ଓ ବ୍ୟୟ ବିଷୟ ରେ କୋଷାଧ୍ଯକ୍ଷ ସୁରେଶ ମିଶ୍ର ସମସ୍ତଙ୍କୁ ଅବଗତ କରାଇଥିଲେ,ଏହା ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା,ସଭାପତି ଙ୍କ ଦ୍ଵାରା ଆଗତ କାର୍ଯ୍ୟକାରୀ ସଭା ସଦସ୍ୟ ସଂଖ୍ୟା ବଢାଯିବ ପ୍ରସ୍ତାବ କୁ ସମସ୍ତେ ଗ୍ରହଣ କରିଥିଲେ, ସଭା ଆରମ୍ଭ ପୂର୍ବରୁ ମୁରଲୀ ଧର ପଳେଇ ଓ ସାଥୀ ମାନେ ଶ୍ରୀ ଜଗନ୍ନାଥ ସହସ୍ରନାମ ସମ୍ମିଳୀତ ଭାବେ ଆବୃତ୍ତି କରି ଥିଲେ, ପରେ କିଛି ସମୟ ଭଜନ ଓ ଭଜନ ରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା I 

ପରିଷଦ ର ସଭାପତି  ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଧାରଣ ସଭା ବୈଠକରେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ଵନ୍ଧରେ କିଛି ରୋଚକ ପୂର୍ଣ୍ଣ ତଥ୍ଯ ସମସ୍ତଙ୍କୁ ଜାଣଇ ଥିଲେ, ସମ୍ମାନିୟ କାର୍ଯ୍ୟକର୍ତ୍ତା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର,ସୁଶୀଲ ପଟନାୟକ, ଭାରତୀ ଭୂଷଣ ପଟନାୟକ, ସନ୍ତୋଷ କର, ଅକ୍ଷୟ କୁମାର ଉପାଧ୍ୟାୟ ବିଷ୍ନୁ ମୋହନ ମହାନ୍ତି, ବିଷ୍ନୁ ପଦଦାସ, ନିରଞ୍ଜନ ପଣ୍ଡା, ଗାନ୍ଧୀ ଚୌଧୁରୀ କାମେଶ୍ଵର ରାଓ,  ମନୋରଞ୍ଜନ ମହାନ୍ତି, ଅଖିଳ କୁମାର ସାହୁ, ଗିରିଜା ଶଙ୍କର ମହାପାତ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ,ସତ୍ୟକାମ ମହାନ୍ତି, ଅଚ୍ୟୁତ ପ୍ରସାଦ ବେହେରା, ଚକ୍ରଧର ମିଶ୍ର ଶ୍ରୀନିବାସ ରାଓ ପ୍ରମୁଖ ଓ ହଲ ପରିସରରେ ସାରା ଓଡିଶା ତଥା ଝାଡ଼ଖଣ୍ଡ ରୁ ଆସି ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଆଜିର ବୈଠକରେ ଯୋଗ ଦେଇ ସହଯୋଗ କରିଥି ବାରୁ ଉପ ସଭାପତି ଶ୍ରୀ ରବିନାରାୟଣ ମହାପାତ୍ର ସମସ୍ତଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରି ଧନ୍ଯବାଦ ଅର୍ପଣ କରିଥିଲେ, ଏବଂ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ  ସମସ୍ତଙ୍କର କଲ୍ଯାଣ ପାଇଁ କାମନା କରିଥିଲେ I 

ଓଡିଶା ର ବିଭିନ୍ନ ଜାଗାରେ ପରିଷଦ ପକ୍ଷରୁ ପ୍ରକାଶିତ ମାନ୍ୟବର ଗଜପତି ମହାରାଜା ଓ ଶ୍ରୀ ମନ୍ଦିର ପ୍ରଶାସନ ଦ୍ଵାରା ସ୍ବୀକୃତ ସ୍କନ୍ଦ ପୁରାଣ ଅନୁଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ କଥାମୃତ ଓ ଭଜନ କାର୍ଯ୍ୟକ୍ରମ କରା ଯାଇଛି, ୧୪.୮.୨୦ ରୁ ଆଜି ପର୍ଯ୍ଯନ୍ତ ଆମେ ଆଗରୁ ପରିଷଦ ପକ୍ଷରୁ କରାଯାଉ ଥିବା ସମସ୍ତ କାର୍ଯ୍ୟକ୍ରମ ଜାରି ରଖିଛୁ, ବିଶେଷ କରି ପରିଷଦ ର ପ୍ରମୁଖ ବରିଷ୍ଠ ସଦସ୍ୟ ଗୌରାଙ୍ଗ ଚରଣ ନାୟକ  ପରିଷଦର ଆଜି ପର୍ଯ୍ୟନ୍ତ ଘର ଭଡା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରି ଥିବାରୁ ପରିଷଦ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନା କରାଯାଇ ଥିଲା I

ସମ୍ମାନିୟା ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ସମସ୍ତ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ର ବାଦ୍ୟଯନ୍ତ୍ର ବ୍ୟବହାର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରି ଥିବାରୁ ପରିଷଦ ପକ୍ଷରୁ ସଭାପତି ଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ   ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କର ସର୍ବଦା କଲ୍ଯାଣ ହେବା ପାଇଁ କାମନା କରାଯାଇଥିଲା, ବିଭିନ୍ନ ସମୟରେ ପରିଷଦ ର କାର୍ଯ୍ୟକ୍ରମ ନିମନ୍ତେ କାର୍ଯ୍ୟକାରୀ ସଦସ୍ୟ ଓ ସଦସ୍ୟା ମାନେ ଆର୍ଥିକ ସହାୟତା କରି ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ପାଇଁ ସାହାଯ୍ଯ କରି ଆସିଛନ୍ତି,ପରିଷଦ ସହଯୋଗ ରେ ବର୍ଷ ର ବିଭିନ୍ନ ସମୟରେ ରୟରପୁର, କେନ୍ଦ୍ରାପଡ଼ା ର କଷଟି ଗ୍ରାମ, ଭୁବନେଶ୍ବର ର ଜୟ ଦେବ ବିହାର ରେ ଥିବା ରାମେଶ୍ଵର ମନ୍ଦିର ରେ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର କାର୍ଯ୍ୟକ୍ରମ ସଫଳତା ସହ ହୋଇଯାଇଛି, ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରେ ରଣପୁର, ଗଡକୁଞ୍ଜ ଜଗନ୍ନାଥ ମନ୍ଦିର, ପାତଳୀ ଶ୍ରୀକ୍ଷେତ୍ର, ଦାଶିଆ ବାଉରୀ ପିଠ ଓ କାର୍ତିକ ପୁର୍ଣିମା ଅବସର ରେ ପୁରୀ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ରେ ଯୋଗ ଦେଇ ପ୍ରସାଦ ସେବନ କରି ମହାପ୍ରଭୁ ଙ୍କ  ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ  କରା ଯାଇଛି, ପରିଷଦ ସମସ୍ତ କାର୍ଯ୍ୟକ୍ରମ ବିଷୟରେ  ଇନ୍ସପେକ୍ଟର ଅଫ  ରେଜିଷ୍ଟ୍ରୀସନ ଙ୍କ ପାଖରେ ତଥ୍ଯ ପ୍ରଦାନ କରା ଯିବା ବିଷୟରେ ସଭା ରେ ସୂଚନା ଦିଆ ଯାଇ ଥିଲା I

What's Your Reaction?

like

dislike

love

funny

angry

sad

wow