ପାଠ୍ୟପୁସ୍ତକରୁ ନାମ ହଟାଇବାକୁ ୩୩ ଲେଖକଙ୍କ ଚିଠି

Jun 16, 2023 - 03:17
Jun 17, 2023 - 03:22
 0  760
ପାଠ୍ୟପୁସ୍ତକରୁ ନାମ ହଟାଇବାକୁ ୩୩ ଲେଖକଙ୍କ ଚିଠି
ପାଠ୍ୟପୁସ୍ତକରୁ ନାମ ହଟାଇବାକୁ ୩୩ ଲେଖକଙ୍କ ଚିଠି

ପାଠ୍ୟପୁସ୍ତକରୁ ନାମ ହଟାଇବାକୁ ୩୩ ଲେଖକଙ୍କ ଚିଠି
ଏନ୍‌ସିଇଆରଟି ପକ୍ଷରୁ ପାଠ୍ୟଖସଡ଼ାରେ ହେଉଥିବା ଅହେତୁକ ପରିବର୍ତ୍ତନ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ହଟାଇ ଦିଆ ଯାଉଥିବାରୁ ରାଜନୀତି ବିଜ୍ଞାନର ୩୩ଜଣ ଲେଖକ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ନାମ ହଟାଇବାକୁ ନିବେଦନ କରିଛନ୍ତି । ଏହି ଲେଖକମାନେ ୨୦୦୫ରୁ ପାଠ୍ୟପୁସ୍ତକ ଲେଖିବାରେ ଅବଦାନ ଦେଇ ଆସୁଥିଲେ । ଏନ୍‌ସିଇଆରଟି ନିର୍ଦେଶକ ଡି.ପି ସାକଲାନିଙ୍କୁ ଚିଠି ଲେଖି ସେମାନେ ଜଣାଇଛନ୍ତି ବିବିଧ ମତ ଥିବା ସତ୍ତ୍ୱେ ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉଲ୍ଲେଖନୀୟ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିଲେ । ହେଲେ ଏବେ ଯେଉଁ ଢଙ୍ଗରେ ପାଠ୍ୟକ୍ରମ ପରିବର୍ତ୍ତନ ହେଉଛି ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ । ଏଭଳି ପରିବର୍ତ୍ତନ ପୂର୍ବରୁ ଲେଖକମାନଙ୍କ ପରାମର୍ଶ ନିଆଯାଉନାହିଁ । ଯାହାକି ବେଶ ଅପମାନଜନକ । ତେଣୁ ପାଠ୍ୟପୁସ୍ତକରୁ ସେମାନେ ନିଜର ନାମ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି । ନିକଟରେ ଏନ୍‌ସିଇଆରଟି ପୁସ୍ତକ ପ୍ରସ୍ତୁତି କମିଟିର ମୁଖ୍ୟ ପରାମର୍ଶଦାତା ଯୋଗେନ୍ଦ୍ର ଯାଦବ ଓ ସୁହାସ ପଲ୍‌ସିକର ପ୍ରମୁଖ ଏନ୍‌ସିଇଆରଟି କର୍ତ୍ତୃପକ୍ଷଙ୍କୁ ସମାନ ପ୍ରସ୍ତାବ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow