ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା : ଜୁଲାଇ ୭ ରୁ ୧୩ ପର୍ଯ୍ୟନ୍ତ ଚାଲିବ ନାମଲେଖା

Jul 6, 2023 - 15:42
 0  6
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା : ଜୁଲାଇ ୭ ରୁ ୧୩ ପର୍ଯ୍ୟନ୍ତ ଚାଲିବ ନାମଲେଖା

ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି।ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ କଳାରେ ସର୍ବାଧିକ ୮୦ ପ୍ରତିଶତ କଟ୍ଅଫ ମାର୍କ ରହିଛି। ସେହିପରି କଳାରେ ଦ୍ୱିତୀୟରେ ଥିବା ରାଉରକେଲା ସରକାରୀ କଲେଜରେ କଟଅଫ୍ ମାର୍କ ୭୯ ପ୍ରତିଶତ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ଡିଏଭି ଟିଟିଲାଗଡ଼ରେ କଟଅଫ୍ ମାର୍କ ୭୮.୬୭ ପ୍ରତିଶତ ରହିଛି। ଚତୁର୍ଥ ସ୍ଥାନରେ ଥିବା ବାଲେଶ୍ୱର ଏଫ୍‌ଏମ୍ କଲେଜର କଟଅଫ୍ ମାର୍କ ୭୮ ପ୍ରତିଶତ ଥିବାବେଳେ ପଞ୍ଚମରେ ଥିବା ଭବାନୀପାଟଣାର କଲେଜର କଟଅଫ୍ ମାର୍କ ୭୭.୫୦ ପ୍ରତିଶତ ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.