ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଗିରଫ

Aug 5, 2023 - 07:38
Aug 6, 2023 - 07:38
 0  6
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଗିରଫ
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଗିରଫ

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଗିରଫ
ଓଏସଏସସି (ଜେଇ) ମୁଖ୍ୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ପୁଲିସ ଆଉ ୮ ଜଣଙ୍କୁ ଗିରଫ କରି କୋର୍ଟଟାଲାଣ କରିଛି । ଉଲ୍ଲେଖଯୋଗ୍ୟ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଶିକ୍ଷକ ଅଛନ୍ତି । ୮ ଜଣ ଗିରଫ ଅଭିଯୁକ୍ତ ଓଡିଶାର । ଏହି ଅଭିଯୁକ୍ତମାନେ ପ୍ରଶ୍ନପତ୍ର ବିକ୍ରି ପାଇଁ ଦଲାଲ ଭାବେ କାମ କରୁଥିଲେ ବୋଲି ବାଲେଶ୍ୱର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ମଲ୍ଲିକ, ଶାନ୍ତନୁ ମିଶ୍ର, ସନ୍ଦୀପ ମହାନ୍ତି, ପ୍ରଦୀପ ଶତପଥି, ନିରଞ୍ଜନ ବେହେରା, ଅଜୟ ବିଶ୍ୱାଳ, ରାଜୀବ ସାହୁ ଓ ସପନ ରାଉତ । ପୂର୍ବରୁ ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ବିହାରର ବିଶାଲ କୁମାର ପୂର୍ବରୁ ଗିରଫ ହୋଇଛି । ମାମଲାର ମୁଖ୍ୟ ଅଭିଯୁକ୍ତ ବିଶାଲ, ଗୋବିନ୍ଦ ତ୍ରିପାଠୀ, ସୁଶାନ୍ତ ସାହୁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ବିଶାଳ କୁମାର, ବୀରେନ୍ଦ୍ର ସିଂହ, ବିଜେନ୍ଦ୍ର କୁମାର, ପି ସୁନୀଲ, ସୁଶାନ୍ତ ସାହୁ ଓ ଗୋବିନ୍ଦ ତ୍ରିପାଠୀଙ୍କୁ ପୁଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ।

What's Your Reaction?

like

dislike

love

funny

angry

sad

wow