ବଢିଲା ଇପିଏଫ ସୁଧହାର

Jul 24, 2023 - 09:14
Jul 25, 2023 - 09:15
 0  5
ବଢିଲା ଇପିଏଫ ସୁଧହାର
ବଢିଲା ଇପିଏଫ ସୁଧହାର

ବଢିଲା ଇପିଏଫ ସୁଧହାର
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ୮.୧୫ ପ୍ରତିଶତ ସୁଧ ଦେବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ସୋମବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ଦିଆଯିବ । ଅର୍ଥାତ୍ ସୁଧହାର ୮.୧୦ ପ୍ରତିଶତରୁ ବୃଦ୍ଧି ପାଇ ୮.୧୫ ପ୍ରତିଶତ ହୋଇଛି । ଏହି ଘୋଷଣା ଦ୍ୱାରା ୬ କୋଟିରୁ ଅଧିକ କର୍ମଚାରୀଙ୍କ ଉପକୃତ ହେବେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ) ଚଳିତ ବର୍ଷ ମାର୍ଚ୍ଚ ୨୮ରେ ପିଏଫ ଆକାଉଣ୍ଟ ଉପରେ ସୁଧ ବୃଦ୍ଧି ପାଇଁ ସୁପାରିଶ କରିଥିଲା । ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ ପାଇଁ ସୁପାରିଶ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow