ବଦଳୁଛି ଟ୍ୱିଟର 

Jul 24, 2023 - 09:16
Jul 25, 2023 - 09:16
 0  10
ବଦଳୁଛି ଟ୍ୱିଟର 
ବଦଳୁଛି ଟ୍ୱିଟର 

ବଦଳୁଛି ଟ୍ୱିଟର 
ଆଗାମୀ କିଛିଦିନ ପାଇଁ ଟ୍ୱିଟରର ଲୋଗୋ ପରିବର୍ତ୍ତନ ହୋଇଛି । ପରିଚିତ ଚଢେଇ ଲୋଗୋକୁ ବିଦାୟ ଦେଇ ‘X’କୁ ନିଜର ଲୋଗୋ କରିଛି ଟ୍ୱିଟର । ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି । ତେବେ ଏହି ପରିବର୍ତ୍ତନ ମଧ୍ୟବର୍ତ୍ତୀକାଳୀନ, ଭବିଷ୍ୟତରେ ପୁଣି ଥରେ ଟ୍ୱିଟର ଲୋଗୋ ବଦଳିବ ବୋଲି ମସ୍କ କହିଛନ୍ତି । ଆଗକୁ ଟ୍ୱିଟରରେ ଆହୁରି ଅନେକ ବୈଶିଷ୍ଟ୍ୟ ସାମିଲ କରାଯିବ ବୋଲି ଟ୍ୱିଟରର ସିଇଓ ଲିଣ୍ଡା ୟାକ୍କାରିନୋ କହିଛନ୍ତି । ଉଲ୍ଲେଖଯୋଗ୍ୟ ପୂର୍ବରୁ 1997ରେ ଏଲନ ମସ୍କ ଏକ୍ସ ଡଟ କମ ନାମକ ଏକେ କମ୍ପାନୀ ସ୍ଥାପନ କରିଥିଲେ । ପରେ ତାହା ପେ ପାଲରେ ପରିଣତ ହୋଇଥିଲା । ଏଲନ ମସ୍କଙ୍କ ଅନ୍ତରୀକ୍ଷ ଷ୍ଟାର୍ଟଅପ କମ୍ପାନୀର ନାମ ମଧ୍ୟ ସ୍ପେଶଏକ୍ସ ରହିଛି ଓ ଏହାର ଲୋଗୋ ଏକ୍ସ ରହିଛି । ନିକଟରେ ସେ ଖୋଲିଥିବା କୃତ୍ରିମ ବୁଦ୍ଧିମତା କମ୍ପାନୀର ନାମ ମଧ୍ୟ ଏକ୍ସ.ଏଆଇ ରଖିଛନ୍ତି ।

What's Your Reaction?

like

dislike

love

funny

angry

sad

wow