ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା

Forensic techniques and technology will play a major role in prosecuting criminals

Aug 28, 2023 - 13:15
 0  3
ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା

ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଭଳି ମାମଲା ବଢ଼ିବାରେ ଲାଗିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆଉ ଏଣିକି ଅପରାଧୀମାନେ ଖସିପାରିବେ ନାହିଁ। ମାମଲାଗୁଡ଼ିକର ନିର୍ଭୁଲ ଓ ନିରପେକ୍ଷ ତଦନ୍ତ କରାଯିବ। ଏଥିପାଇଁ ସମସ୍ତ ଥାନାର ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଧିକ ଦକ୍ଷ କରିବାକୁ ହେବ। ଏଥିପାଇଁ ଫରେନ୍‌ସିକ୍‌ କୌଶଳ ଓ ପ୍ରଯୁକ୍ତିବିଦ୍ୟାର ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଉଛି।  ଏ ନେଇ ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ‘ମହିଳା ଏବଂ ଶିଶୁ ଅପରାଧ ନିରାକରଣ ଶାଖା’ ଏବଂ ‘ୟୁନିସେଫ୍‌’ର ମିଳିତ ସହଯୋଗରେ ‘ମହିଳା ଏବଂ ଶିଶୁଙ୍କ ଉପରେ ଯୌନ ଅପରାଧର ତଦନ୍ତ ପାଇଁ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର’ ନେଇ ଅନୁଷ୍ଠିତ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଜିପି ସୁନିଲ କୁମାର ବଂଶଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ତଦନ୍ତରେ ଫରେନସିକ୍ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଆପରାଧିକ ମାମଲାଗୁଡ଼ିକର ସମାଧାନ ପାଇଁ ଏହି ତାଲିମପ୍ରାପ୍ତ ଅଧିକାରୀଙ୍କୁ ତଦନ୍ତରେ ସହାୟକ ହେବ।

ଏହି ତିନି ଦିନିଆ ତାଲିମ କାର୍ଯ୍ୟକ୍ରମର ୧୫୦ ଥାନାର ଆଇଆଇସି ଏବଂ ଏସ୍‌ଡିପିଓ ରୢାଙ୍କର ଅଧିକାରୀମାନେ ଯୋଗ ଦେବେ। ଆଜି ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ରବିବାର ଦିନ ଭୁବନେଶ୍ବର ଓ କଟକର ୫୦ଜଣ ଅଧିକାରୀଙ୍କୁ ତାଲିମ୍‌ ଦିଆଯାଇଛି। ବାକି ୨୮ ଓ ୨୯ ତାରିଖରେ କଟକ ଗ୍ରାମାଞ୍ଚଳ, ଯାଜପୁର, ଜଗତସିଂହପୁର, ବାଲେଶ୍ବର, ରାଉରକେଲା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାର ୧୦୦ ଅଧିକାରୀଙ୍କୁ ଏହି ତାଲିମ୍‌ ପ୍ରଦାନ କରାଯିବ। ଏହି କର୍ମଶାଳାରେ ଗୁଜରାଟର ଅବସରପ୍ରାପ୍ତ ପୂର୍ବତନ ଡିଜିପି କେଶବ କୁମାର ଓ ସିନିୟର୍ ଭିଜିଲାନ୍ସ ମ୍ୟାନେଜର ହେମନ୍ଥ ସାଇ ରେଡ୍ଡୀ ଯୋଗଦେଇ ବିଭିନ୍ନ ଆପରାଧିକ ମାମଲାର ତଦନ୍ତରେ ଫରେନସିକ୍ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ତାଲିମ୍ ପ୍ରଦାନ କରିବେ। ଆଜି କର୍ମଶାଳାରେ ଆଇଜି କ୍ରାଇମ୍‌ବ୍ରାଞ୍ଚ ସଫିନ୍ ଅହମଦ୍ କେ. ଅଧ୍ୟକ୍ଷତା କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି ଆର୍‌କେ ମିଶ୍ର ଧନ୍ୟବାଦ ଦେଇଥିଲେ। ସିଏଡବ୍ଲୁ ଓ ସିଡବ୍ଲୁ ଡିଏସ୍‌ପି ମାନ କଲ୍ୟାଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୟୁନିସେଫ୍‌ ସଦସ୍ୟ ମାନ୍ନା ବିଶ୍ୱାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.