୫-ଟି ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ: ପାଟପୁରରେ କଳାପତାକା ପ୍ରଦର୍ଶନ

BJP protests visit of 5 secretaries: black flag display in Patpur

Aug 28, 2023 - 13:29
 0  6
୫-ଟି ସଚିବଙ୍କ ଗସ୍ତକୁ ବିଜେପିର ବିରୋଧ: ପାଟପୁରରେ କଳାପତାକା ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ଗଞ୍ଜାମ ଗସ୍ତକୁ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବିଜେପି ତରଫରୁ ଦିଆଯାଇଥିବା ପୂର୍ବ ଚେତାବନୀ ଅନୁସାରେ, ଦିଗପହଣ୍ଡିରେ ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରା ଯାଇଥିଲା। ବିଜେପି କାର୍ଯ୍ୟକର୍ତ୍ତା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ କଳା ପତାକା ଦେଖାଇ ୫-ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ସଭା ଆଡ଼କୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଜେଡି କର୍ମକର୍ତ୍ତା ସେଠାରେ ପହଞ୍ଚି ଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇ ଠେଲାପେଲା ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ଲାଠି ଚାର୍ଜ କରି ସମସ୍ତଙ୍କୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ଉପସ୍ଥିତିରେ ବିଜେପିର ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ ମହାରାଜଙ୍କ ସମେତ ‌ମିଟୁ ଦୋରା, ଶଙ୍କର ପ୍ରଧାନ ଆକ୍ରମଣର ଶିକାର ହୋଇଥିଲେ ବୋଲି ବିଜେପି ତରଫରୁ ଏସ୍‌ପିଙ୍କୁ ଅଭିଯୋଗ ହୋଇଛି। ଚିକିଟି ଏସ୍‌ଡିପିଓ ବିଜେପିର ଡାକବାଜି ଯନ୍ତ୍ର ରିକ୍ସାକୁ ଓଲଟାଇ ଦେଇଥିବା ଦେଖିବାକୁ ମିଳିଥିଲା। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ବିଜେପି ନେତା ଶ୍ରୀ ଦାସ, ଶଙ୍କର, ମିଟୁଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ, ଜିଲ୍ଲା ଉପସଭାପତି ସୁନୀଲ କୁମାର ସାହୁ, ଉପସଭାପତି ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ଏଲ୍. ମୋହନ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। 
ସେହିପରି ପୁଞ୍ଜିକୟାଁ ଛକରେ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବରେ ଚାଲିଥିବା ବିରୋଧକୁ ମଧ୍ୟ ପୁଲିସ ବନ୍ଦ କରିବା ସହିତ ସମସ୍ତଙ୍କୁ ଉଠାଇ ନେଇଥିଲା। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଓ ପୁଲିସର ମନମୁଖି କାର୍ଯ୍ୟକୁ ବିରୋଧ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ। ଏହି ଘଟଣା ସମ୍ପର୍କରେ ସେ ବ୍ରହ୍ମପୁର ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୁଲିସ ଆକ୍ରୋଶମୂଳକ ଭାବେ ବିଜେପିର ଡାକବାଜି ଯନ୍ତ୍ର ରହିଥିବା ରିକ୍ସାକୁ ଓଲଟାଇବା ଦେଇଛି। ଏଥିରେ ସଂପୃକ୍ତ ପୁଲିସ ଅଧିକାରୀ ଓ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିପରି ୫-ଟି ସଚିବ ଖେମୁଣ୍ଡି କଲେଜ ପଡ଼ିଆରେ ଚାଲିଥିବା କାର୍ଯ୍ୟକ୍ରମରୁ ଯୋଗଦେଇ ଅସ୍ଥାୟୀ ହେଲିପ୍ୟାଡ୍‌କୁ ଫେରୁଥିବା ବେଳେ ବିଜେପି ନେତା ପରେଶ ରଥ କଳା ପତାକା ପ୍ରଦର୍ଶନ କରି ବିରୋଧ କରିଥିଲେ। ପରେ ପୁଲିସ ତାଙ୍କୁ କାବୁ କରି ନେଇଥିଲା। ପାଟପୁର‌ ଗାନ୍ଧୀ ଛକରେ ବିଜେପି କର୍ମକର୍ତ୍ତାମାନେ କଳା ପତାକା ପ୍ରଦର୍ଶନ କରି ପାଣ୍ଡିଆନ୍‌ ଗୋ ବ୍ୟାକ୍‌ ନାରା ଦେବା ସହିତ ତାଙ୍କର ଗସ୍ତକୁ ବିରୋଧ କରିଥିଲେ। ବିଜେପି ନେତା ପ୍ରଦୀପ କୁମାର ପତ୍ରୀ, ଯୁବନେତା ଉପସଭାପତି ଚିନ୍ମୟ ରେଡ୍ଡିଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ପରେ ପୁଲିସ ସମସ୍ତଙ୍କୁ ସେଠାରୁ ଉଠାଇ ନେଇଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.