ହରିଆଣାରେ ଅଗଷ୍ଟ ୫ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ 

Aug 3, 2023 - 09:07
Aug 4, 2023 - 09:08
 0  5
ହରିଆଣାରେ ଅଗଷ୍ଟ ୫ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ 
ହରିଆଣାରେ ଅଗଷ୍ଟ ୫ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ 

ହରିଆଣାରେ ଅଗଷ୍ଟ ୫ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ 
ହରିଆଣାରେ ଗୋଷ୍ଠୀ ସଙ୍ଘର୍ଷ ଓ ସାମ୍ପ୍ରଦାୟିକ ହିଂସା ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରାଯାଇଛି । ହରିଆଣାର ନୁଁହ ସମେତ ଅନ୍ୟ କେତେକ ସ୍ଥାନରେ ଇଣ୍ଟରନେଟ୍ ଏବଂ ଏସଏମଏସ୍ ସେବା ଅଗଷ୍ଟ ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିପରି ଫରିଦାବାଦ, ପାଲୱାଲ ଏବଂ ଗୁରୁଗ୍ରାମ ଜିଲ୍ଲାର ସୋହନା, ପାଟୌଦି ଏବଂ ମାନ୍ସେର ସବ୍-ଡିଭିଜନରେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ହରିୟାଣା ହିଂସାକୁ ପ୍ରୋତ୍ସାହିତ କରିବାରେ ସାମାଜିକ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଉତ୍ତେଜକ ପୋଷ୍ଟ ଶେୟାର ଦ୍ୱାରା ହିଂସାକାଣ୍ଡ ତୀବ୍ର ହୋଇଥିଲା ବୋଲି ହରିୟାଣା ଗୃହ ମନ୍ତ୍ରୀ ଅନୀଲ ବିଜ୍ କହିଛନ୍ତି । ଏହାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠିତ ହୋଇଛି । ଜୁଲାଇ ୨୧ରୁ ଜୁଲାଇ ୩୧ ମଧ୍ୟରେ ସମାଜିକ ଗଣମାଧ୍ୟମରେ ହିଂସାକାଣ୍ଡକୁ ନେଇ ହୋଇଥିବା ପୋଷ୍ଟଗୁଡିକୁ ସମୀକ୍ଷା କରାଯିବ । ଯେଉଁମାନେ ଏଭଳି ପୋଷ୍ଟ କରିଥିବେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ଏହାସହିତ ଲୋକଙ୍କୁ ଏଭଳି ପୋଷ୍ଟ ଶେୟାର ନକରିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow