ଖୋଲିଲା ହୀରାକୁଦର ୮ ଗେଟ୍ 

Jul 24, 2023 - 09:09
Jul 25, 2023 - 09:09
 0  6
ଖୋଲିଲା ହୀରାକୁଦର ୮ ଗେଟ୍ 
ଖୋଲିଲା ହୀରାକୁଦର ୮ ଗେଟ୍ 

ଖୋଲିଲା ହୀରାକୁଦର ୮ ଗେଟ୍ 
ସୋମବାର ହୀରାକୁଦ ଜଳଭଣ୍ଡାରର ଆଉ ତିନିଟି ଗେଟ୍‌ ଖୋଲାଯାଇଛି । ଏହି ୩ଟି ଗେଟ୍‌ ଖୋଲାଯିବା ପରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମ୍‌ର ବାମ ପାର୍ଶ୍ଵର ୬ଟି ଓ ଡାହାଣ ପାର୍ଶ୍ଵର ୨ଟି ଗେଟ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦକୁ ୧ ଲକ୍ଷ ୩୮ ହଜାର ୩୩୫ କ୍ୟୁସେକ ପାଣି ପ୍ରବେଶ କରୁଛି । ସେହିପରି ୮ଟି ଗେଟ ଦେଇ ୧ ଲକ୍ଷ ୬୨ ହଜାର ୪୧୦ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ସେଥିରୁ ୩୭,୩୨୭ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀକୁ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ପାଇଁ କେନାଲଗୁଡ଼ିକରେ ଛଡ଼ାଯାଇଛି । ସ୍ପିଲ ୱେରେ ୧,୨୧,୭୩୬ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଉଲ୍ଲେଖଯୋଗ୍ୟ, ରବିବାର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ ଖୋଲାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow