ବିପର୍ଯ୍ୟୟ ରିପୋର୍ଟିଂ ପାଇଁ ଦିଶାନିର୍ଦ୍ଦେଶ ଜାରି

Jun 15, 2023 - 02:09
Jun 16, 2023 - 02:09
 0  855
ବିପର୍ଯ୍ୟୟ ରିପୋର୍ଟିଂ ପାଇଁ ଦିଶାନିର୍ଦ୍ଦେଶ ଜାରି
ବିପର୍ଯ୍ୟୟ ରିପୋର୍ଟିଂ ପାଇଁ ଦିଶାନିର୍ଦ୍ଦେଶ ଜାରି

ବିପର୍ଯ୍ୟୟ ରିପୋର୍ଟିଂ ପାଇଁ ଦିଶାନିର୍ଦ୍ଦେଶ ଜାରି
ବାତ୍ୟା ବିପର୍ଯ୍ୟୟ ସଂକ୍ରାନ୍ତରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ସଂଗଠନର ସାମ୍ବାଦିକ, କ୍ୟାମେରାମ୍ୟାନ୍ ବିଶେଷକରି ଘରୋଇ ଟିଭି ଚ୍ୟାନେଲ ଯେଉଁମାନେ କ୍ଷେତ୍ର ସ୍ତରରେ ବାତ୍ୟା ‘ବିପର୍ଯ୍ୟୟ’ ସଂକ୍ରାନ୍ତୀୟ ଖବର ସଂଗ୍ରହ କରୁଛନ୍ତି, ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ଏହି ସମସ୍ତ ଚ୍ୟାନେଲ ଦ୍ୱାରା ନିୟୋଜିତ ବ୍ୟକ୍ତି ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ କ୍ଷେତ୍ର(ଗ୍ରାଉଣ୍ଡ) ସ୍ତରରୁ ରିପୋର୍ଟିଂ କରିବା ଏହି ଘଟଣାର ଖବର ପାଇଁ ବେସରକାରୀ ଟିଭି ଚ୍ୟାନେଲ ଦ୍ୱାରା ନିୟୋଜିତ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ତଥା ଅନ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଗୁରୁତର ବିପଦ ଆଣିପାରେ । ମନ୍ତ୍ରଣାଳୟ ମଧ୍ୟ ଉଦବେଗ ପ୍ରକାଶ କରିଛି ଯେ ଏହିପରି କ୍ଷେତ୍ରସ୍ତରୀୟ ରିପୋର୍ଟିଂ ପାଇଁ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଆସିପାରେ । ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାମାନଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ନିୟୋଜିତ ସେମାନଙ୍କ ପ୍ରତିନିଧିମାନଙ୍କ ପ୍ରତି ଅଧିକ ସର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ଏହା ମଧ୍ୟ ଦୃଢ ଭାବରେ ପରାମର୍ଶ ଦେଇଛି ଯେ କୌଣସି ପରିସ୍ଥିତିରେ ସଂଗଠନ ଏପରି କର୍ମଚାରୀଙ୍କ ନିୟୋଜନ ପାଇଁ ନିଷ୍ପତ୍ତି ନେବା ଉଚିତ ଯାହା ଗଣମାଧ୍ୟମ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ବିପନ୍ନ ନକରିବ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କତାକୁ ପାଳନ କରାଯାଇପାରିବ ।

What's Your Reaction?

like

dislike

love

funny

angry

sad

wow